ମହାଶିବରାତ୍ରି ପାଇଁ ଟିଟିଲାଗଡ଼ ଧବଳେଶ୍ଵର ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ରାଜ୍ୟରେ ଥିବା ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ସହରର କୁମୁଡା ପାହାଡ଼ ଉପରେ ପ୍ରଭୁ ଧବଳେଶ୍ଵର ବାବାଙ୍କ ପୀଠ ଅବସ୍ଥିତ । ଏହି ମନ୍ଦିରର ବିଶେଷତ୍ଵ ହେଲା ପାହାଡ ଭିତର ଗୁମ୍ଫାରେ ଆବିର୍ଭାବ ହୋଇଛନ୍ତି ପ୍ରଭୁ ଧବଳେଶ୍ଵର । ଏହି ମନ୍ଦିରର ମାନ୍ୟତା ହେଲା ଯିଏ ଯାହାବି ମାନସିକ କରେ ତାର ମାନସିକ ନିଶ୍ଚୟ ପୂରଣ ହୋଇଥାଏ । ମନ୍ଦିରର ଚାରିଆଡ଼େ କେବଳ ପାହାଡ ଘେରି ରହିଛି । ଚଳିତ ବର୍ଷ ମନ୍ଦିରର ଅତି ସୁନ୍ଦର ସାଜସଜ୍ଜା ହୋଇଛି । ପ୍ରଶାସନ ଓ ଟ୍ରଷ୍ଟ ପକ୍ଷରୁ ଅତି ସୁନ୍ଦର ଦର୍ଶନ ବ୍ୟବସ୍ଥା ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ନିଯୁକ୍ତ ହୋଇଛନ୍ତି । ରାତିରେ ଜାଗର ମହାଦୀପ ଉଠିବ, ସେଥିପାଇଁ ବହୁ ମାନସିକ କରିଥିବା ଭକ୍ତଙ୍କ ସମାଗମ ହେବ, ସେଥିପାଇଁ ବସିବା ପାଇଁ, ଦୀପ ଜାଳିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ମହାଶିବରାତ୍ରି ପାଇଁ ଓଡ଼ିଶା ତଥା ବାହାର ରାଜ୍ୟର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ସେହିପରି ଠିକାଦାରପଡ଼ା ରଧାକୃଷ୍ଠ ମନ୍ଦିର ଭିତରେ ଥିବା ଶିବଲିଙ୍ଗ ଉପରେ ଜଳ ଢାଳି ନିଜ ନିଜର ମନସ୍କାମନା ପୁରଣ ପାଇଁ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥିଲା । ତା ସହ ଭକ୍ତମାନେ ଶ୍ରୀରାଧାକୃଷ୍ଣଙ୍କ ଦର୍ଶନ ଲାଭ କରିଥିଲେ । ମନ୍ଦିରର ପଣ୍ଡିତମାନେ ମନ୍ତ୍ର ଉଚ୍ଚାରଣରେ ଜଳାଭିଷେକ କରିବା ସହ ଭକ୍ତଙ୍କ ହାତରେ ରକ୍ଷା ସୂତା ବନ୍ଧନ କରିଥିଲେ ।

Leave A Reply

Your email address will not be published.