om academy

ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର : ବୃଦ୍ଧା ଗୁରୁତର

jsm

ବୌଦ୍ଧ : ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର । ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ଗାଁରେ । ବିଳମ୍ବିତ ରାତିରେ ଗ୍ରାମର ନିଧି ବଗର୍ତ୍ତିଙ୍କ ଘରେ ହଠାତ୍ ନିଆଁ ଲାଗି ଦୁଇ ବଖରା ଘର ପୋଡ଼ି ହେବା ସହ ଘରେ ଥିବା ନିଧିଙ୍କ ବୃଦ୍ଧା ମା’କୌଶଲ୍ୟା ବଗର୍ତ୍ତି ଅଦ୍ଧଦଗ୍ଧ ଭାବେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି । ତେବେ ତାଙ୍କୁ ତାଙ୍କ ପୁଅ ଉଦ୍ଧାର କରି ଗୁରୁତର ଭାବେ ବୌଦ୍ଧ ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି । ବିଳମ୍ବିତ ରାତିରେ କେଉଁ କାରଣରୁ ଏହି ନିଆଁ ଲାଗିଲା ଏ ପର୍ଯ୍ରନ୍ତ ସ୍ପଷ୍ଟ ହୋଇ ପାରୁନଥିବାବେଳେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଖବରପାଇ ବୌଦ୍ଧ ଦମକଳବାହିନୀ ଗ୍ରାମରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଦୁଇ ବଖରା ଘର ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଥିବା ସୂଚନା ମିଲିଛି । ତେବେ ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.