pakka

ବରାହ ଆକ୍ରମଣରେ ୨ ଗୁରୁତର

bbehera

ଦେଓଗାଁ : ପାଟଣାଗଡ ରେଞ୍ଜ ତଥା ଦେଓଗାଁ ବ୍ଳକ୍‌ ରାମଚନ୍ଦ୍ରପୁର ପଞ୍ଚାୟତ ଟାଙ୍ଗରୁପଦର ନିକଟ ଚାଷଜମିରେ ବରାହ ଆକ୍ରମଣରେ ୨ଜଣ ଛେଳି ଚରାଳି ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ, ବନ୍ଧପଡା ଫରେଷ୍ଟ ବିଟ ଅନ୍ତର୍ଗତ ଟାଙ୍ଗରୁପଦର ଗାଁର ମୋତିଲାଲ ଘିଭେଲା(୫୬) ଓ ଭୀମା ଘିଭେଲା(୫୫) ଛେଳି ଚରାଉଥିଲେ । ଏହି ସମୟରେ ବରାହ ଆସି ହଠାତ ଆକ୍ରମଣ କରିଥିଲା । ଉକ୍ତ ବ୍ୟକ୍ତିମାନେ ଚିତ୍କାର କରିବାରୁ ଆଖପାଖ ଚାଷଜମିରେ ଥିବା କେତେକ ବ୍ୟକ୍ତି ଆସି ତାଙ୍କୁ ଉଦ୍ଧାର କରି ବଲାଙ୍ଗିର ଡାକ୍ତରଖାନାକୁ ପଠାଇ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ । ଉଭୟ ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ପରେ ଘଟଣାସ୍ଥଳକୁ ଫରେଷ୍ଟର ମଧୁସୂଦନ ଗଡ଼ୁଆ ପହଞ୍ଚି ତଦାରଖ କରି ଆହତଙ୍କ ପାଇଁ ସରକାରୀ ସହାୟତ ଯୋଗାଇଦେଇଥିବା ସୂଚନା ମିଳିଛି । ଏନେଇ ପାଟଣାଗଡ ରେଞ୍ଜରଙ୍କୁ ପଚାରିବାରୁ ଆହତଙ୍କ ଚିକିତ୍ସା ସମସ୍ତ ଖର୍ଚ୍ଚ ବନ ବିଭାଗ ବହନ କରିବ ବୋଲି କହିଥିଲେ । ଆହତଙ୍କ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି କରିଥିଲେ ।

jay balangir
Leave A Reply

Your email address will not be published.

19 + 12 =