pakka

ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଓଲଟି ପଡ଼ିଲା ଟ୍ରକ୍‌ : ଡ୍ରାଇଭର ଓ ହେଲପର୍‌ ଆହତ

bbehera

ଭଦ୍ରକ : ଆଜି ସକାଳେ ଭଦ୍ରକର ଗେଲପୁର ସ୍କୁଲ୍ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ଉପରୁ ତଳକୁ କଦଳୀ ବୋଝେଇ ଟ୍ରକ୍‌ ଖସିପଡ଼ିଥିଲା । ଗେଲପୁର ଛକ ନିକଟରେ ଟ୍ରକ୍‌ଟି ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର୍‌ ଆହତ ହୋଇଥିଲେ । ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ ଜାରି କରିଛି ।

jay balangir
Leave A Reply

Your email address will not be published.

fourteen − five =

error: Content is protected !!