ସାଲେଭଟା, (କେପିଏନ୍ଏସ୍) : ଆଗଲପୁର (ଡୁଡୁକା )ବ୍ଲକ ପଟୁଆପାଲି ପଂଚାୟତ ଅନ୍ତର୍ଗତ ଖୁଣ୍ଟୁଳିମୁଣ୍ଡା ରମେଇ ପାହାଡ଼ଠାରେ ୨୪ତମ ଗିରିଗୋବାର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି । ଆଖପାଖ ଅଂଚଳର ସହ ସହ ଶ୍ରଦ୍ଧାଳୁ ପାହାଡ଼ ଶିଖରକୁ ଚଢି ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜାର୍ଚନା କରିଥିଲେ । ଏହି ଅବସରରେ ପାହାଡ଼ ତଳ ସ୍ଥିତ ପଞ୍ଚମୁଖୀ ହନୁମାନ ମଠର ମହନ୍ତ ମହାତ୍ୟାଗୀ ସରଜୁ ଦାସ ମହାରାଜଙ୍କ ନେତୃତ୍ୱରେ ଅଷ୍ଟ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଛି । ବହୁ ସଂଖ୍ୟାରେ ମହିଳାମାନେ ସ୍ଥାନୀୟ ପୋଖରୀରୁ ପାଣି ନେଇ କଳସ ଶୋଭାଯାତ୍ରା କରିଥିଲେ । ଆସନ୍ତାକାଲି ପୂର୍ଣ୍ଣା ହୂତି ହେବ ବୋଲି ମଠ ପକ୍ଷରୁ ସୂଚନା ମିଳିଛି । ଗିରିଗୋବର୍ଦ୍ଧନ ପୂଜନୋତ୍ସବରେ ଲଳିତ ମୋହନଭୁଏ ଗୀତାଞ୍ଜଳି ଭୁଏ କର୍ତ୍ତା ଦାୟିତ୍ୱ ତୁଳାଇଥିବା ବେଳେ ନାମଯଜ୍ଞରେ କର୍ତ୍ତା ହୋଇଥିଲେ ଶଶିଭୂଷଣ ବିଶ୍ଵାଳ ତାଙ୍କ ସହ ଧର୍ମିଣୀ ତିଳୋତ୍ତମା ବିଶ୍ଵାଳ, ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ ଅଯୋଧ୍ୟା ନନ୍ଦ । ଏହି ଉତ୍ସବରେ ଅତିଥି ଭାବରେ ଯୋଗଦାନ କରିଥିଲେ ରାମଘାଟ ଶ୍ରୀ ତପସ୍ୱୀ ଜୀ କେ ଛାଉଣୀ ଅଯୋଧ୍ୟାର ଦେବେନ୍ଦ୍ର ଦାସଜୀ, ଓଂକାର ଦାସ ଜୀ, ଖୁଣ୍ଟୁଳିମୁଣ୍ଡା ଗ୍ରାମବାସୀ ସମସ୍ତ ପ୍ରକାର ସହଯୋଗ କରିଥିଲେ ।