centurian jitm

ଟିଟିଲାଗଡ଼ ଜଲାରାମ ଲଜରୁ ଦୁଇ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କଲା ପୋଲିସ

nschool

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ପୋଲିସ ପୁଣି ଆଜି ଏକ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଦୁଇ ବ୍ୟବସାୟୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏସ ଆଇ ପ୍ରଦୀପ ଦୁରିଆ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଲେ ଯେ କିଛି ବ୍ୟକ୍ତି ଟିଟିଲାଗଡ଼ର ଜଲା ରାମ ଲଜରେ ରହି ଗଞ୍ଜେଇ ଚାଲାଣ କରିବା ପାଇଁ ଆସିଛନ୍ତି । ଏ ନେଇ ଥାନାଧିକାରୀ କଲ୍ୟାଣୀ ବେହେରାଙ୍କୁ ସୂଚନା ଦେଇଥିଲେ । ଏହି ଖବର ପାଇବା ମାତ୍ରେ ଥାନଧିକାରୀ କଲ୍ୟାଣୀ ବେହେରା, ଏସ ଆଇ ପି କେ ଦୁରିଆ, ହୀରା ଖାଲକୋ, କିରନ ଜାନି, ଏ ଏସ ଆଇ କାର୍ତ୍ତିକ ପ୍ରଧାନ, ଏମ କେ ବିଶି, ଅହଲ୍ୟା ସୁନାନିଙ୍କୁ ନେଇ ଏକ ଟିମ ଗଠନ କରି ରେଡ କରିବାକୁ ଯୋଜନା କଲେ । ତାପରେ ସ୍ଥାନୀୟ ଜଲାରାମ ଲଜର ରୁମ ନମ୍ୱର ୩୦୫ ଭିତରକୁ ପ୍ରବେଶ କରି ପଚରା ଉଚୁରା ସହ ଦୁଇ ଜଣ ବ୍ୟକ୍ତିଙ୍କୁ ଗଞ୍ଜେଇ ସହ ଜବତ କରିଥିଲେ । ସେମାନଙ୍କ ଠାରୁ ଦୁଇଟି ମୋବାଇଲ ସହ ନଗଦ ୩୯୬୦ ଟଙ୍କା ବାହାରି ଥିଲା । ହେଲେ ବିହାର ରାଜ୍ୟର ସୁମନ କୁମାର(୨୪) ଓ ରାଜୀବ କୁମାର (୨୪)। ଦୁଇ ଜଣଙ୍କ ଠାରୁ ୨୩ କିଲୋଗ୍ରାମ ୯୩୫ ଗ୍ରାମ ଗଞ୍ଜେଇ ବାହାରି ଥିଲା । ଏହି ରେଡ ପରେ ଟିଟିଲାଗଡ଼ ଅଞ୍ଚଳରେ କରୁଥିବା ଗଞ୍ଜେଇ ବ୍ୟାପାରୀଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Leave A Reply

Your email address will not be published.