om academy

କେନ୍ଦୁଝର ଗସ୍ତରେ ଯିବେ ରାଜ୍ୟପାଳ

jsm

କେନ୍ଦୁଝର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର କେନ୍ଦୁଝର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ସେ ଭୁବନେଶ୍ୱର ବିମାନବନ୍ଦରରୁ ସ୍ୱତନ୍ତ୍ର ହେଲିକପ୍ଟରରେ ବାହାରି ଯୋଡା ଟିସ୍କୋ ହେଲିପ୍ୟାଡ୍‌ରେ ପହଞ୍ଚିବେ । ସେଠାରୁ ସେ ଯୋଡା ଭ୍ୟୁକୁ ଯାଇ କିଛି ସମୟ ବିଶ୍ରାମ କରିବା ପରେ ଯୋଡା ଇଷ୍ଟ ଟାଉନସିପ୍‌ରେ ଥିବା ଦୁର୍ଗାପୂଜା ମଣ୍ଡପକୁ ଯାଇ ଭ୍ୟାଲି ବୁକ୍‌ ଫେୟାରକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ଆଦିବାସୀ ବିକାଶ ସମିତିକୁ ଯାଇ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ସାକ୍ଷାତ କରିବା ସହ ସେଠାରେ ପଢୁଥିବା ପିଲାଙ୍କ ସହିତ ଆଲୋଚନା କରି କିଛି ସମୟ ବିତାଇବେ । ଏହାପରେ ଯୋଡା ଫେରି ହେଲିକପ୍ଟରରେ ପୁରୀ ଯିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.