oom

ଝାଡାବାନ୍ତି ପ୍ରଭାବିତ ଇଲାକା ଗସ୍ତରେ କଂଗ୍ରେସ ପ୍ରତିନିଧି ଦଳ

jsmm

ଲାଞ୍ଜିଗଡ଼ : ଲାଞ୍ଜିଗଡ ବ୍ଲକ କଦମ୍ବଗୁଡା ଗ୍ରାମ ପଞ୍ଚାୟତର ସେମେଲପଦର ଓ ବାଲାପଦର ଗାଁରେ ଝାଡାବାନ୍ତିର ପ୍ରକୋପ ବୃଦ୍ଧି ହେବା ଘଟଣା ଗଣମାଧ୍ୟମରେ ପ୍ରକାଶ ପରେ କଂଗ୍ରେସର ଏକ ପ୍ରତିନିଧି ଦଳ ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି । କଂଗ୍ରେସ ଦଳର ଯୁବନେତା ଚାଞ୍ଚେର ମାଝୀ, ଲାଞ୍ଜିଗଡ ବ୍ଲକ କଂଗ୍ରେସ କମିଟିର ସଭାପତି ହରିହର କୁମାର, କଂଗ୍ରେସ ନେତା କନୌଜ ରାଉତ, ପୂର୍ଣ୍ଣଚନ୍ଦ୍ର ଗଉଡ, କେଶବ ଚନ୍ଦ୍ର ବାରିକଙ୍କୁ ନେଇ ଏକ ପ୍ରତିନିଧି ଦଳ ପ୍ରଭାବିତ ଅଞ୍ଚଳ ଗସ୍ତ କରି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଅନୁଧ୍ୟାନ କରିଥିଲେ । ଏହା ସହିତ ଯୁବନେତା ଶ୍ରୀ ମାଝୀ ବାଲାପଦର ଗାଁର ମୃତକ ନିରନ ମାଝୀ, କବିତା ମାଝୀ ଓ ନୂଆପଡାର କର୍ଣ୍ଣ ମାଝୀଙ୍କ ପରିବାର ବର୍ଗଙ୍କୁ ଦଶାହ କ୍ରିୟା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.