pakka

ଦ୍ୱିତୀୟ ଦିନରେ ୫ଟି ସଚିବଙ୍କ ମୟୂରଭଞ୍ଜ ଗସ୍ତ

bbehera

ବାରିପଦା : ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଥିବା ୫ଟି ସଚିବ ଭି.କେ ପାଣ୍ଡିଆନ ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ଏହା ସହିତ ବୁଦ୍ଧିଜୀବୀ ଛାତ୍ର ଓ ଜନସାଧାରଣଙ୍କ ସହ ଜିଲ୍ଲାର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି । ଦ୍ଵିତୀୟ ଦିନରେ ପାଣ୍ଡିଆନ ବାଙ୍ଗିରିପୋଷି ଘାଟିର ବିକଳ୍ପ ରାସ୍ତା ବୁଲି ଦେଖିବା ସହ ବାରିପଦା ବଡ଼ ଜଗନ୍ନାଥ ମନ୍ଦିର ଆସି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହା ସହିତ ସେବାୟତଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ପାଣ୍ଡିଆନ ସହରର ଜଳାଶୟର ଉନ୍ନତିକରଣ କାର୍ଯ୍ୟ ବୁଲି ଦେଖିବା ସହ ଷ୍ଟାଡିୟମ ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ସ୍ପର୍ଟ୍ସ ହଷ୍ଟେଲ ଆଦି ବୁଲି ଦେଖିବା ସହିତ ଉନ୍ନତିକରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି କହିଥିଲେ ।

ଏହି ଅବସରରେ ୫ଟି ସଚିବ ମୟୂରଭଞ୍ଜ ଗସ୍ତରେ ଆସି ବହୁତ ଖୁସି ବୋଲି କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଜିଲ୍ଲାବାସୀଙ୍କ ତରଫରୁ ପୂର୍ବତନ ଜିଲ୍ଲାପାଳ ଭି.କେ ପାଣ୍ଡିଆନଙ୍କୁ ସ୍ୱାଗତ କରିବା ସହ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପରେ ସେ ପାଲବଣୀ ନିକଟ ଶାଳବଣି ଫରେଷ୍ଟ ଗେଷ୍ଟ ହାଉସରେ ଜିଲ୍ଲାର ବିଭିନ୍ନ କଲେଜର ଛାତ୍ର, ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ ଓ ସାମ୍ବାଦିକମାନଙ୍କ ସହ ଜିଲ୍ଲାର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ । ଭି.କେ ପାଣ୍ଡିଆନଙ୍କୁ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଭିନ୍ନ ସଂଗଠନ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

jay balangir
Leave A Reply

Your email address will not be published.

5 × 1 =

error: Content is protected !!