pakka

ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ

bbehera

ଟାଙ୍ଗୀ : କଟକ ଟାଙ୍ଗୀ ସ୍ଥିତ ପୁରୁଣା ଟୋଲ ଗେଟ୍ ନିକଟରେ ବସ୍ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ଢେଙ୍କାନାଳ ଜିଲ୍ଲା ଭାପୁର କପିଳପ୍ରସାଦର ଇନ୍ଦ୍ରମଣି ପ୍ରଧାନ(୪୫) ବୋଲି ଜଣାପଡିଛି । ସୂଚନା ଅନୁସାରେ ଶୁକ୍ରବାର ଇନ୍ଦ୍ରମଣି ପ୍ରଧାନ କଟକରୁ ନିଜ ବନ୍ଧୁଙ୍କ ଘରୁ ବାହାରି ନିଜ ଘର ଢେଙ୍କାନାଳ କପିଳପ୍ରସାଦ ଯାଉଥିବା ସମୟରେ ଟାଙ୍ଗୀରୁ ମିଠା କିଣି ରାସ୍ତା ପାର ହେଉଥିଲେ । ଏହି ସମୟରେ କଟକରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ବସ୍‌କୁ ଦେଖି ନପାରି ବସ୍ ସହ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣ ବାୟୁ ଚାଲିଯାଇଥିଲା । ଟାଙ୍ଗୀ ହାଇୱେ ପେଟ୍ରୋଲିଂ ଡ୍ୟୁଟିରେ ଥିବା ପୋଲିସ୍ ଘଟଣା ସ୍ଥଳକୁ ଆସି ଆମ୍ବୁଲାନ୍ସ ଯୋଗେ ମୃତକଙ୍କୁ କଟକ ଏସିବି ମେଡ଼ିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ଗାଡ଼ିକୁ ଜବତ କରି ତଦନ୍ତ କରୁଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

fourteen + nineteen =