pakka

ଗଞ୍ଜେଇ ଚୋରା ଚାଲାଣ : ୬ ଗିରଫ

bbehera

ଅନୁଗୁଳ : ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା । ଦୁଇଟି ପୃଥକ ସ୍ଥାନରେ ଚଢାଉ କରି ମୋଟ ୧୦୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିବା ଜଣାପଡିଛି । ଚୋରା ଚାଲାଣରେ ବ୍ୟବହୃତ ଏକ କାର୍‌ ଓ ବୋଲେରୋକୁ ଜବତ କରିବା ସହ ୬ ଜଣ ଅଭିଯୁକ୍ତ ବନ୍ଧା ହୋଇଛନ୍ତି । ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ବୌଦ୍ଧରୁ ଗଞ୍ଜେଇ ବାଲେଶ୍ଵର ଚାଲାଣ କରୁଥିବା ଅବକାରୀ ବିଭାଗକୁ ସୂଚନା ମିଳିଥିଲା । ଅବକାରୀ ବିଭାଗ ବଇଣ୍ଡା ଛକ ଠାରୁ ଏକ କାର୍‌କୁ ଜବତ କରି ୪୮ କିଲୋ ଓ ମୁଣ୍ଡାସାହି ଛକ ଠାରୁ ବୋଲେରୋ ସହ ୬୦ କିଲୋ ଗଞ୍ଜେଇ ଜବତ କରିଥିଲା । ଏଥିସହ ଗାଡିରେ ଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ବାହାଘର କାର୍ଡ ବାଣ୍ଟି ଯାଉଛୁ କହି ଅଭିଯୁକ୍ତମାନେ ଆଳ ଦେଖାଇଥିଲେ ହେଁ ଅବକାରୀ ଅଧିକାରୀଙ୍କ ଆଖିରୁ ବର୍ତ୍ତି ପାରିନଥିଲେ ।

jay balangir
Leave A Reply

Your email address will not be published.

17 + 9 =

error: Content is protected !!