pakka

ବେଲପଡା ଅଞ୍ଚଳକୁ ନିଶାମୁକ୍ତ କରିବା ପାଇଁ ଥାନରେ ଧାରଣା

bbehera

ବେଲପଡା, (ଭୋଜରାଜ ଦଣ୍ଡସେନା) : ବେଲପଡା ବ୍ଲକ ତଥା ଆଖପାଖ ଅଞ୍ଚଳରେ ନିଶା ସେବନ ଦିନକୁ ଦିନ ଅତ୍ୟଧିକ ମାତ୍ରାରେ ବ୍ୟାପୀ ଚାଲିଛି । ମଦ୍ୟପମାନେ ମଦ୍ୟପାନ କରି ଅଶାନ୍ତ ପରିବେଶ ସୃଷ୍ଟି କରୁଥିବା ବେଳେ ବେଲପଡା ପୋଲିସ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇପଡିଛି ବୋଲି କହି ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ଆଜି ବେଲପଡା ଅଞ୍ଚଳକୁ ନିଶାମୁକ୍ତ କରିବା ପାଇଁ ବେଲପଡା ସରପଞ୍ଚ ହରିଶ ବୁଡେକ, କୋସଲ ସଂଗଠନ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଥାନରେ ଧାରଣା ଦିଆଯାଇଛି । ଏହି ଧାରଣାକୁ ଶହ ଶହ ଜନସାଧାରଣ ସମର୍ଥନ ଜଣାଇ ଧାରଣାରେ ସାମିଲ ହୋଇ ବେଲପଡା ପୋଲିସକୁ ତୀବ୍ର ନିନ୍ଦା କରିଥିଲେ । ସରପଞ୍ଚ ହରିଶ ବୁଡେକ, ଜନାର୍ଦ୍ଦନ ସିଂ, ଜିତୁ ନାଏକ, ନୃସିଂହ ପଣ୍ଡା, ସିପୁନ ଖମାରି ପ୍ରମୁଖ ଉପସ୍ଥିତ ରହି ଧାରଣା ଦେଇଥିଲେ । ଆଗାମୀ ଦିନରେ ନିଶା ସେବନ ବନ୍ଦ ନହେଲେ ଜୋରଦାର ଆନ୍ଦୋଳନ ହେବ । ଏଥିପାଇଁ ପୋଲିସ ପ୍ରଶାସନ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ।

jay balangir
Leave A Reply

Your email address will not be published.

nine − 2 =

error: Content is protected !!