୨୦ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ, ୨ ଗିରଫ

ବାଉଁଶୁଣୀ : ବୌଦ୍ଧ ଜିଲ୍ଲା କଣ୍ଠା ଛକ ନିକଟରୁ ବୁଧବାର ରାତିରେ ୨୦ କେଜି ୫୦୦ ଗ୍ରାମ ଗଞ୍ଜାଇ ସହ ଦୁଇ ଜଣଙ୍କୁ ଗିରଫ କରିଛି ବାଉଁଶୁଣୀ ପୋଲିସ । ଗିରଫ ଅଭିଯୁକ୍ତମାନେ ବଘିଆପଡା ଗ୍ରାମ ପଞ୍ଚାୟତ ବବଡା ଗ୍ରାମର ଧିରଜ କଂହର ଓ କରୁଣାକର ନାଏକ ବୋଲି ଜଣାପଡିଛି । ସୂଚନା ଅନୁସାରେ ସେମାନେ ବସରେ ନୂଆପଡା ଜିଲ୍ଲାକୁ ଚାଳାନ ପାଇଁ କଣ୍ଠା ଛକ ନିକଟରେ ବସ୍‌କୁ ଅପେକ୍ଷା କରିଥିଲେ । କୌଣସି ସୂତ୍ରରୁ ଖବର ପାଇ ବାଉଁଶୁଣି ପୋଲିସ ମାଡି ବସିଥିଲା । ପୋଲିସ ଗୁରୁବାର ଦିନ ମାଜିଷ୍ଟ୍ରେଟ ଭାବରେ ବୌଦ୍ଧ ଅତିରିକ୍ତ ତହସିଲଦାର ମହମ୍ମଦ ରୋଜା ରୋସୁଲଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କଲାପରେ ୨୦.୫୦୦ ଗ୍ରାମ ହୋଇଥିଲା । ଅଭିଯୁକ୍ତଙ୍କୁ ଆଜି ଅର୍ଥାତ୍‌ ଶୁକ୍ରବାର ଦିନ କୋର୍ଟ ଚାଲାଣ କରାଯିବ ବୋଲି ବାଉଁଶୁଣୀ ଥାନା ଅଧିକାରୀ ଅରୁଣ କୁମାର ସିଂ ସୂଚନା ଦେଇଛନ୍ତି । ଏ ନେଇ ବାଉଁଶୁଣୀ ଥାନାରେ ଏକ ମାମଲା ରୁଜ୍ଜୁ ହୋଇ ତଦନ୍ତ ଚାଲିଥିବା ଜଣାପଡିଛି ।

Leave A Reply

Your email address will not be published.