pakka

ଗଞ୍ଜେଇ ମାଫିଆଙ୍କ ପାଟଣାଗଡ଼ ଡାକ୍ତରଖାନାରେ ମୃତ୍ୟୁ

bbehera

ବେଲପଡା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ନୁନହାଡ଼ ଗ୍ରାମ ନିକଟରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ବାଇକଟି ଦୁର୍ଘଟଣା ଗ୍ରସ୍ତ ହେବାରୁ ପାଟଣାଗଡ଼ ଡାକ୍ତରଖାନାରେ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗଞ୍ଜେଇ ଚୋରା ଚାଲାଣ ଖବର ପାଇ ବେଲପଡା ପୋଲିସ ଗୋଟିଏ ବାଇକକୁ ପିଛା କରୁଥିବା ବେଳେ ବାଇକଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ବାଇକରେ ତିନିଜଣ ଥିବା ବେଳେ ଦୁଇଜଣ ଫେରାର ହୋଇଯାଇଥିବା ଜଣାପଡିଛି । ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତି ସୁନ୍ଦର କୁମାରଙ୍କୁ ପ୍ରଥମେ ବେଲପଡା ଡାକ୍ତରଖାନା ଓ ପରେ ପାଟଣାଗଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆହତ ହୋଇଥିବା ଅଭିଯୁକ୍ତର ମୃତ୍ୟୁ ହୋଇଛି ବୋଲି ପୋଲିସ ସୂଚନା ଦେଇଛି । ମୃତ ଅଭିଯୁକ୍ତ ଜଣକ ବାହାର ରାଜ୍ୟର ହୋଇଥିବା ସୂଚନାରେ କୁହାଯାଇଛି । ଘଟଣାସ୍ଥଳରୁ ଗଞ୍ଜେଇ ଜବତ ହୋଇଛି କି ନାହିଁ ଏପର୍ଯ୍ୟନ୍ତ ଜଣାପଡି ନାହିଁ । ଏନେଇ ବେଲପଡା ଥାନାଧିକାରୀ ସୁଶାନ୍ତ ଦାସଙ୍କୁ ପଚାରିବାରୁ ତଦନ୍ତ ଚାଲିଛି ବୋଲି କହି ଫୋନ କାଟିଦେଇଥିଲେ ।

jay balangir
Leave A Reply

Your email address will not be published.

8 + 18 =