ବର୍ଷିୟାନ ରାଜନେତା, ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ବିୟୋଗରେ ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ବର୍ଷିୟାନ ରାଜନେତା, ପୂର୍ବତନ ମନ୍ତ୍ରୀ ଡ଼ା. ଦାମୋଦର ରାଉତଙ୍କ ବିୟୋଗରେ ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥ ଗଭୀର ଶୋକ ପ୍ରକାଶ କରିବା ସହ ରାଜ୍ୟ ରାଜନୀତିରେ ଜଣେ ବିଚକ୍ଷଣ ରାଜନେତାଙ୍କୁ ହରାଇଲା ବୋଲି କହିଛନ୍ତି । ତାଙ୍କ ସହ ସମ୍ପର୍କ ୧୯୭୭ ମସିହାରୁ ରହିଥିଲା । ଜଣେ ଜନନେତା ଭାବେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ଶ୍ରୀ ରଥ କହିଛନ୍ତି । ସ୍ୱର୍ଗତ ରାଉତଙ୍କ ସମସ୍ତ ବିଭାଗ ବିଷୟରେ ବିଚକ୍ଷଣ ଜ୍ଞାନ ରହିଥିଲା । ତାଙ୍କ ଅମର ଅତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଶ୍ରୀ ରଥ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.

3 × 1 =