pakka

ଅଜଣା ଗାଡି ଧକ୍କାରେ କାର୍‌ ଚୁର୍‌ମାର୍‌, ୩ ଜଣ ଗୁରୁତର

bbehera

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଜାତୀୟ ରାଜପଥ ୨୬ ନମ୍ବର ମହଗାଁ ରାସ୍ତା କଡ଼ରେ ଥିବା ଲିମ୍ବଗଛ ସାମ୍ନାରେ ପଛପଟୁ ଆସୁଥୁବା ଏକ ଅଜଣା ଗାଡି ଧକ୍କା ଦେଇଛି । ଘଟଣା ଯେ, ଗତ ବିଳମ୍ବିତ ମଧ୍ୟରାତିରେ ବଲାଙ୍ଗିର ପଟୁ କାର୍‌ ଆସୁଥିବା ବେଳେ ପଛ ପଟରୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ଗାଡିଟି ଚୁର୍‌ମାର୍‌ ହେବା ସହ ଗାଡିରେ ଥିବା ୩ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ପ୍ରଥମେ ସଇଁତଲା ଡାକ୍ତରଖାନା ଓ ପରେ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ଆହତମାନଙ୍କୁ ପଠାଯାଇଥିବା ବେଳେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

one × 1 =