oum

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଗାଡି, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

jsm

ହରଭଙ୍ଗା : ବୌଦ୍ଧ-କନ୍ଧମାଳ ସୀମାନ୍ତ ଘାଟି ରାସ୍ତା ତଳକୁ ଖସିଲା ଗାଡି । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ବୌଦ୍ଧ ରାଣୀପଥର ସୀମାନ୍ତରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଓଡି ୨୩ ଏନ୍‌ ୩୭୬୮ ନମ୍ବର ବିଶିଷ୍ଟ ଏକ ସିମେଣ୍ଟ ବୋଝେଇ ଅଶୋକ ଲେଲାଣ୍ଟ ବୋଲକର ଗାଡି ଫୁଲବାଣୀରେ ସିମେଣ୍ଟ ଖାଲି କରି ବୌଦ୍ଧ ଅଭିମୁଖେ ଫେରୁଥିଲା । ଘାଟି ରାସ୍ତା ହୋଇଥିବା ହେତୁ ବୌଦ୍ଧ ରାଣୀପଥର ସୀମାନ୍ତରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇଥିଲା । ଏହି ଦୁର୍ଘଟଣାରେ ଗାଡି ଚାଳକ ଜଣକ ସୁରକ୍ଷିତ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.