ଫରେଷ୍ଟର ନବକିଶୋର ଦାସଙ୍କ ବଦଳି ବାତିଲ କରିବାକୁ ଅଞ୍ଚଳବାସୀଙ୍କ ଦାବୀ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଲାଠୋର ବନାଞ୍ଚଳ ଝଲିଆଲିଟି ବିଟ୍‌ରେ କାର୍ଯ୍ୟରତ ଥିବା ଫରେଷ୍ଟର ନବ କିଶୋର ଦାସଙ୍କୁ ବଦଳି ନ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି । ସୂଚନାଯୋଗ୍ୟ ଯେ ସେ ଶ୍ରୀ ଦାସ ଦୁଇ ବର୍ଷ ହେଲା ଉକ୍ତ ବିଟ୍‌ରେ କାମ କରିଆସୁଛନ୍ତି । ସେ ଜଣେ କର୍ତ୍ତବ୍ୟ ପରାୟଣ ଓ ପରିବେଶ ପ୍ରେମୀ ଅଟନ୍ତି । ତାଙ୍କ ଆସିବା ଦିନଠାରୁ ନିଜ ଉଦ୍ୟମରେ ଅଞ୍ଚଳରେ ବିଭିନ୍ନ ଗ୍ରାମରେ ବନସୁରକ୍ଷା ସମିତି ମାନେ ଗଠନ କରି ଲୋକମାନଙ୍କୁ ଗଛ ଲଗାଇବା ଓ ବଞ୍ଚାଇବା, ପରିବେଶ ସୁରକ୍ଷା ଦିଗରେ ସଚେତନ ସୃଷ୍ଟି କରିଛନ୍ତି । ବନବିଭାଗ ପକ୍ଷରୁ ବନ ନବିକରଣ ମନରେଗା ଯୋଜନାରେ ଲୋକମାନଙ୍କୁ ରୋଜଗାର ଥିବା ଯୋଗୁ ଅଞ୍ଚଳର ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି । ଶ୍ରୀ ଦାସ ନିୟମିତ ଜଙ୍ଗଳକୁ ନିରୀକ୍ଷଣ ପରିକ୍ଷଣ ଜଗିବାରେ ଅଞ୍ଚଳର ଜଙ୍ଗଲ ଅଞ୍ଚଳରେ ଅବକ୍ଷୟ ହେଉଥିବା ଜଙ୍ଗଲ ଏବେ ଘଞ୍ଚ ଜଙ୍ଗଲ ପରିଣତ ହୋଇଥିବା ଦେଖିବାକୁ ମିଳିଛି । ଜଙ୍ଗଲ ସୁରକ୍ଷା ସାଙ୍ଗକୁ ଜୀବଜନ୍ତୁ ସୁରକ୍ଷା ପ୍ରତି ମଧ୍ୟ ଦୃଷ୍ଟି ଦିଅନ୍ତି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ତାଙ୍କର ସୁଚାରୁରୂପେ କର୍ତ୍ତବ୍ୟ ସମ୍ପାଦନ ହେତୁ ତାଙ୍କୁ ଜଙ୍ଗଳ ବିଭାଗ ଉଚ୍ଚ ପଦାଧିକାରୀ ଖୁସି ବ୍ୟକ୍ତ କରିଛନ୍ତି । ଏଣୁ ଫରେଷ୍ଟର ଶ୍ରୀ ଦାସଙ୍କ ବଦଳି ବାତିଲ କରିବା ସହ ବଦଳି ନ କରିବାକୁ ଅଞ୍ଚଳର ବନାଞ୍ଚଳ ଝଲିଆଲିଟି, କରୁଆଁଝର, ମସିଣା, ଗୁର୍ଜିଭଟା, ଟଙ୍କପାଣି, ବୁଢାଛାପର, ପତ୍ରାପାଲି, ସରେଇବାହାଲ, ଚୋରମୁଣ୍ଡ ଆଦି ଗ୍ରାମର ବନସଂରକ୍ଷଣ ସମିତିଙ୍କ ସମେତ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.

9 + thirteen =

error: Content is protected !!