ଗଜବାହାଲ ଶ୍ରେଷ୍ଠ ପଂଚାୟତ ପୁରସ୍କାର ପାଇଁ ମନୋନୀତ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ୨୦୧୯-୨୦ବର୍ଷ ନିମନ୍ତେ ଶ୍ରେଷ୍ଠ ପଂଚାୟତିରାଜ ଅନୁଷ୍ଠାନ ପ୍ରୋତ୍ସାହନ ପୁରସ୍କାର ଘୋଷଣା କରାଯାଇଛି । ଏଥିରେ କଳାହାଣ୍ଡି ଜିଲ୍ଲାରୁ କର୍ଲାମୁଣ୍ଡା ବ୍ଲକର ଗଜବାହାଲ ଗ୍ରାମପଂଚାୟତ ଶ୍ରେଷ୍ଠ ଗ୍ରାମପଂଚାୟତ ପୁରସ୍କାର ଲାଗି ଯୋଗ୍ୟବିବେତିତ ହେଇଛି । ଯୋଗ୍ୟ ବିବେଚିତ ପଂଚାୟତଗୁଡ଼ିକୁ ପୁରସ୍କାର ସ୍ୱରୂପ ତିନିଲକ୍ଷ ଓ ମାନପତ୍ର ପ୍ରଦାନ କରାଯିବ । ରାଜ୍ୟର ତିରିଶଟି ଜିଲ୍ଳାରୁ ପ୍ରତି ଜିଲ୍ଳାକୁ ଗୋଟିଏ ଲେଖାଏଁ ଶ୍ରେଷ୍ଠ ପଂଚାୟତ ଅନୁଷ୍ଠାନ ମନୋନୟନ କରାଯାଇଛି । ଏହି ଖବର ପାଇ ପଂଚାୟତ ସରପଂଚ ପୂଜା ସାହୁ ଏବଂ ନିର୍ବାହୀ ଅଧିକାରୀ ପାର୍ଥ ରଣା ପ୍ରଶାସନ ନିକଟରେ କୃତଜ୍ଞତା ଜଣାଇଛନ୍ତି । ଏହି ଖବର ପ୍ରଚାର ହେବାପରେ ବିଭିନ୍ନ ମହଲରୁ ପଂଚାୟତ କର୍ତୃପକ୍ଷଙ୍କୁ ଶୁଭେଚ୍ଛାଜ୍ଞାପନ କରାଯାଇଛି ।

Leave A Reply

Your email address will not be published.

six − two =

error: Content is protected !!