୫ ବର୍ଷ ହେଲା ପଡିପାରୁନାହିଁ ବିଜୁ ପକ୍କାଗୃହର ଛାତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଜୋଖିପାଲି ଗ୍ରାମର ଟିକେମଣି ସେଠ ୨୦୧୫-୧୬ ମସିହାରେ ଏକ ବିଜୁ ପକ୍କାଗୃହ ପାଇଥିଲେ କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କର ଘରର ଛାତ ପଡ଼ି ପାରିନାହିଁ । ଟିକେମଣି ଜଣେ ଦିନ ମଜୁରିଆ ହୋଇ ପରିବାର ପ୍ରତିପୋଷଣ କରନ୍ତି । ଘରେ ତାଙ୍କର ସ୍ତ୍ରୀ ଏବଂ ଦୁଇ ପୁଅ ଅଛନ୍ତି । ବର୍ତ୍ତମାନ ସେମାନେ ଏକ ମାଟି କୁଡ଼ିଆରେ ବସବାସ କରୁଛନ୍ତି । ସେ ୩/୧୨/୨୦୧୬ କାର୍ଯ୍ୟାଦେଶ ପାଇଥିବା ମନରେଗା ତଥ୍ୟରୁ ଜଣାପଡୁଛି ଏବଂ କାର୍ଯ୍ୟ ଶେଷ ହୋଇଥିବା ସ୍ପଷ୍ଟ ଭାବରେ ଲେଖାଯାଇଛି । ଏନେଇ ଆମ ପ୍ରତିନିଧି ତତ୍କାଳୀନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ କିନ୍ତୁ ତାଙ୍କ ଠାରୁ କୌଣସି ସନ୍ତୋଷ ଜନକ ଉତ୍ତର ମିଳିନଥିଲା। ଏଭଳି ଗରୀବ ଲୋକଙ୍କୁ ହଇରାଣ ନ କରି ଯଥାସମ୍ଭବ ଛାତ ପକେଇବା ନିମନ୍ତେ ଆବଶ୍ୟକ ଅର୍ଥ ଯୋଗେଇଦେବା ପାଇଁ ଟିକେମଣି ସେଠ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

seventeen − 2 =