ବଢ଼ିବାରେ ଲାଗିଛି କୋରୋନାର ଦ୍ୱିତୀୟ ଲହର : ପ୍ରଶାସନ ତରଫରୁ ଚାଲିଛି କଡାକଡି ଭାବେ ମାକ୍ସ ଚେକିଂ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ହେଉଛି ଲକଡାଉନର ଦ୍ୱିତୀୟ ଦିନ, ରାଜ୍ୟ ସରକାର କାଲି ଠାରୁ ମେ ୧୯ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରିଛନ୍ତି । ସକାଳ ୬ ଟାରୁ ୧୨ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଜରୁରୀ ସାମଗ୍ରୀ ଖୋଲା ରହୁଛି । ବର୍ତ୍ତମାନ ଦେଖିବାକୁ ଗଲେ ବରଗଡ ଜିଲ୍ଲାରେ କୋରୋନାର ଦ୍ୱିତୀୟ ଲହର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଆଜି ବରଗଡ ଜିଲ୍ଲାରେ ୫୪୩ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପଦ୍ମପୁର ବ୍ଲକରୁ ୭୬ ଜଣ ନୂଆ କୋରୋନା ସଂକ୍ରମିତ ହୋଇଛନ୍ତି । କୋରୋନାକୁ ରୋକିବା ପାଇଁ ପ୍ରଶାସନ ତରଫରୁ ମଧ୍ୟ କଡା ପଦକ୍ଷେପ ନିଆଯାଉଛି । ଆଜି ସକାଳ ୧୦ ଟା ସମୟରେ ପଦ୍ମପୁର ବ୍ଲକ ବୁଡେନ ଥାନା ଅନ୍ତର୍ଗତ ଦହିତା ଠାରେ ପଦ୍ମପୁର ଅତିରିକ୍ତ ତହସିଲଦାର ସରିତା ଗୁପ୍ତାଙ୍କ ନେତୃତ୍ୱରେ କଡାକଡି ଭାବେ ଚାଲିଥିଲା ମାକ୍ସ ଚେକିଂ । ଯେଉଁ ଅମାନିଆ ମାନେ ବାହାରେ ବିନା କାରଣରେ ବାହାରେ ବୁଲୁଛନ୍ତି ଓ ମାକ୍ସ ବ୍ୟବହାର କରୁ ନାହାନ୍ତି ସେମାନଙ୍କୁ ଫାଇନ କଟା ଯାଉଥିବା ଦେଖିବାକୁ ମଳିଥିଲା ।

Leave A Reply

Your email address will not be published.

one × two =

error: Content is protected !!