pakka

ଆନନ୍ଦ ଆଚାର୍ଯ୍ୟ ଫୁଟବଲ୍ ପ୍ରିମୀୟର ଲିଗ୍ : ବରଗଡ ୱାରିୟରସ୍ ବିଜୟୀ

bbehera

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ତୃତୀୟ ଆନନ୍ଦ ଆଚାର୍ଯ୍ୟ ଫୁଟବଲ୍ ପ୍ରିମୀୟର ଲିଗ୍ ପ୍ରତିଯୋଗିତାର ତୃତୀୟ ଦିନରେ ଆଜି ଅନୁଷ୍ଠିତ ଗୋବିନ୍ଦପାଲି ଏସ୍‌ଏସ୍‌ୱାଇଏସ୍‌ ଓ ବରଗଡ ୱାରିୟରସ୍‌ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ୱାରିୟରସ ଦଳ ୧-୦ ଗୋଲରେ ବିଜୟୀ ହୋଇଥିଲା । ବିଜୟୀ ଦଳ ପକ୍ଷରୁ ୧୨ ନମ୍ବର ଖେଳାଳୀ ସ୍ଵାଧୀନ ସୁନ୍ଦର ଖେଳ ପ୍ରଦର୍ଶନ କରିଥିଲେ ଓ ଏକମାତ୍ର ବିଜୟୀ ଗୋଲ ଦେଇଥିଲେ । ଆଜିର ଏହି ଖେଳକୁ ଆଶୀର୍ବାଦ କାନୁନଗୋ ପରିଚାଳନା କରିଥିଲେ । ତାଙ୍କୁ ଲାଇନ୍‌ରେ ବିପୁଳ ବିଦ୍ୟାଧର ଓ ପ୍ରଶାନ୍ତ ବେହେରା ସହଯୋଗ କରିଥିଲେ । ଚତୁର୍ଥ ରେଫରୀ ଥିଲେ ରଞ୍ଜୁ ଛତ୍ରିଆ । ସଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଡ. ନିଶାନ୍ତ ଦେବତା, ପ୍ରାକ୍ତନ ଫୁଟବଲ ଖେଳାଳୀ ନୱାବ ଖାଁ, ବରଗଡ ୱରୀୟରସର ଫ୍ରେଁଚାଇଯି ରାଜୁ ରାଏ, ପ୍ରଦୀପ ନନ୍ଦ ଅତିଥି ଭାବରେ ଯୋଗଦେଇ ବରଗଡ ୱାରିୟରସ୍‌ ଦଳର ୧୮ ନମ୍ବର ଖେଳାଳି ଲାଇବେରିଆର ଚୌକନଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ । ସେହିଭଳି କରୋନା ସମୟରେ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ. ନିଶାନ୍ତ ଦେବତାଙ୍କୁ ଆୟୋଜକଙ୍କ ତରଫରୁ ମାନପତ୍ର, ଉପଢୌକନ ଓ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିଭଳି ଗତକାଲି ବରଗଡ ୱାରିୟର୍ସ ଓ ବରପାଲି ବାଇସନ ମଧ୍ୟରେ ଅନୁଷ୍ଠିତ ଦ୍ଵିତୀୟ ମ୍ୟାଚ୍‌ରେ ବରପାଲି ବାଇସନ ଦଳ ୪-୧ ଗୋଲରେ ବିଜୟୀ ହୋଇଥିଲା । ବିଜୟୀ ଦଳ ପକ୍ଷରୁ ୧୦ ନମ୍ବର ଖେଳାଳି ଆଡମିନ ତିର୍କି ୨ ଟି ଗୋଲ, ୧୧ ନମ୍ବର ଖେଳାଳି ବେତାଳ ୧ଟି ଗୋଲ ଦେଇଥିବା ବେଳେ ବରଗଡ ଦଳର ୧୯ ନମ୍ବର ଖେଳାଳି ଭେଙ୍ଗୋ ଗୋଟିଏ ଗୋଲ ଦେଇଥିଲେ । ଖେଳ ପରିଚାଳନା କରିଥିଲେ ସୁବ୍ରତ ପୁରୋହିତ, ତାଙ୍କୁ ଲାଇନ୍‌ରେ ସହଯୋଗ କରିଥିଲେ ବିପୁଳ ବିଦ୍ୟାଧର ଓ ପଞ୍ଚାନନ ପାତ୍ର । ଚତୁର୍ଥ ରେଫରୀ ଥିଲେ ଅନିଲ ବାଗ । ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଡ.ନିଶାନ୍ତ ଦେବତା ଅତିଥି ଭାବରେ ଯୋଗଦେଇ ବରପାଲି ଦଳର ଖେଳାଳୀ ଆଡମିନ୍‌ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳୀ ଭାବରେ ପୁରସ୍କୃତ କରିଥିଲେ ।

Leave A Reply

Your email address will not be published.

3 × 4 =