pakka

ନୂଆପଡା ଜିଲ୍ଲାପାଳଙ୍କ ଉପାନ୍ତ ଅଞ୍ଚଳ ଗସ୍ତ : ବିଭିନ୍ନ ସ୍ଥାନରେ ଗ୍ରାମୀଣ ହାଟ କଲେ ଉଦ୍‌ଘାଟନ, ବିଭିନ୍ନ ସମସ୍ୟା ନେଇ ଦାବୀ ଜଣାଇଲେ ଉପାନ୍ତବାସୀ

bbehera

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲାପାଳ ସ୍ୱାଧ୍ୟାଦେବ ସିଂ ଆଜି ସିନାପାଲି ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ଗସ୍ତକରି ବିଭିନ୍ନ ସ୍ଥାନରେ ନବ ନିର୍ମିତ ଗ୍ରାମୀଣ ହାଟର ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଉପାନ୍ତ ଘାଟମାଲ ପଞ୍ଚାୟତ ଅନ୍ତର୍ଗତ ପୋଡାପଦର, ରାନିମୁଣ୍ଡା ପଞ୍ଚାୟତ, ଖଇରପଦର ଓ ନୂଆମାଲପଡା ଠାରେ ନବ ନିର୍ମିତ ଗ୍ରାମୀଣ ହାଟ ସବୁ ଶୁଭ ଉଦ୍‌ଘାଟନ କରିଥିବା ଜଣାପଡ଼ିଛି । ଏହି ଅବସରରେ ନୂଆମାଲପଡା ଗ୍ରାମୀଣ ହାଟର ଉଦ୍‌ଘାଟନୀ ସମାରୋହରେ ନୂଆପଡା ଜିଲ୍ଲାପାଳ ସ୍ୱାଧ୍ୟାଦେବ ସିଂଙ୍କ ଉପସ୍ଥିତିରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଶୁଭ ଉଦ୍‌ଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସିନାପାଲି ବିଡ଼ିଓ ସଦାଶିବ ନାଏକ, ସିନାପାଲି ବ୍ଲକ ଅଧ୍ୟକ୍ଷ୍ୟା ମାଧୁରୀ ମାଝୀ, ଉପାଧ୍ୟକ୍ଷା ମିନା ଘିଭେଳା, ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପାଞ୍ଜଳି ଗୁଆଲ, ଯଜ୍ଞସେନି କଟା, ନୂଆମାଲପଡା ସରପଞ୍ଚ ବନିତା ପୋଡ଼ ପ୍ରମୁଖ ଉପସ୍ଥିତ ଥିଲେ । ଉପାନ୍ତ ଅଞ୍ଚଳ ଗସ୍ତ କରି ଜିଲ୍ଲାପାଳ ଗ୍ରାମୀଣ ହାଟର ଉଦ୍‌ଘାଟନ କରିବା ସହ ଅଞ୍ଚଳବାସୀଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସ୍ଥାନୀୟ ବୁଦ୍ଧିଜୀବୀ ଉଜ୍ଜଳ ସିଂ ମାଝୀ ଓ ସମାଜସେବୀ ଗଣେଶ ପୋଡ଼ଙ୍କ ନେତୃତ୍ୱରେ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ଦାବୀ କରି ଜିଲ୍ଲାପାଳ ମହୋଦୟାଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଉକ୍ତ ଦାବୀପତ୍ରରେ ଛତିଶଗଡ଼ ସୀମାନ୍ତକୁ ରାସ୍ତା ନିର୍ମାଣ, ଅଖଡାଭଟାଠାରୁ ଧିଙ୍ଗିଆମୁଣ୍ଡା ପର୍ଯ୍ୟନ୍ତ ଆରଡି ରାସ୍ତା ନିର୍ମାଣ, ସ୍ଥାନୀୟ ହାଇସ୍କୁଲ ଓ ପୋର୍ତିପଡା ସରକାରୀ ହାଇସ୍କୁଲରେ ଯୁକ୍ତଦୁଇକୁ ଉନ୍ନୀତ କରାଯାଉ, ନୂଆମାଲପଡା ପଞ୍ଚାୟତରେ ପିଡ଼ିଏସ୍‌ ଚାଉଳ ଗୋଦାମ ଗୃହ ନିର୍ମାଣ, ନୂଆମାଲପଡାରେ ଏକ ମିନି ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ, ନୂଆମାଲପଡା ପଞ୍ଚାୟତରେ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ୧୦୮ ଓ ୧୦୨ ଆମ୍ବୁଲେନ୍ସ ସେବା ପ୍ରଭୃତି ଯୋଗାଇ ଦେବା ପାଇଁ ଦାବୀପତ୍ରରେ ଉଲ୍ଲେଖ କରାଯାଇଥିଲା । ଦୀର୍ଘ ଦିନ ପରେ ଉପାନ୍ତ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ନିକଟରେ ପାଇ ବେଶ ଖୁସି ଅନୁଭବ କରିଥିବା ଦେଖିବାକୁ ମିଳିଥିଲା । ଜିଲାପାଳଙ୍କ ଏହି ଗସ୍ତରେ ଅଞ୍ଚଳର ଅନେକ ଜନପ୍ରତିନିଧି, ସମାଜ ସେବୀ, ବୁଦ୍ଧିଜୀବୀ ତଥା ବିଭାଗୀୟ ଅଧିକାରୀ କର୍ମଚାରୀ ସାମିଲ ଥିଲେ ।

Leave A Reply

Your email address will not be published.

5 − 4 =