pakka

ରେଳ ଲାଇନ ଦୋହରୀକରଣ ସରିବ କେବେ ?

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଦୀର୍ଘ ଦଶ ବର୍ଷରୁ ଅଧିକ ହେବ ସମ୍ବଲପୁର ଟିଟିଲାଗଡ଼ ରେଳପଥ ଦୋହରୀକରଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଶେଷ ହେବାର ଦେଖାଯାଉନାହିଁ । ଇତି ମଧ୍ୟରେ ଟିଟଲାଗଡରୁ ବଲାଙ୍ଗିର ଏବଂ ବଲାଙ୍ଗିରରୁ ବରଗଡ଼ ଜିଲ୍ଲାର ବରପାଲି ଷ୍ଟେସନ ପର୍ଯ୍ୟନ୍ତ ଲାଇନ ଦୋହରୀକରଣ କାର୍ଯ୍ୟ ସରିଛି । ତେବେ ଷ୍ଟେସନ ଗୁଡ଼ିକର ଆନୁସଙ୍ଗିକ ବ୍ୟବସ୍ଥା ଏପର୍ଯ୍ୟନ୍ତ ହୋଇପାରିନାହିଁ । ବର୍ତ୍ତମାନ ବରପାଲିରୁ ସମ୍ବଲପୁର ଷ୍ଟେସନ ପର୍ଯ୍ୟନ୍ତ ରେଳ ଟ୍ରାକ ବିଛାଇଥିବା କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିନାହିଁ ।‌ ଠିକା ନେଇଥିବା ସଂସ୍ଥା କାର୍ୟ୍ୟରେ ମନ୍ଥରତା ଯୋଗୁଁ ଏହା ବିଳମ୍ବ ଘଟୁଛି ବୋଲି ଜନୈକ ଅଧିକାରୀ କହିଛନ୍ତି । ତେବେ ବିଭାଗୀୟ ଅବହେଳା ଯଥା ଅନେକ ସ୍ଥାନରେ ଜବରଦଖଲ ଉଚ୍ଛେଦ ହୋଇପାରୁ ନଥିବାରୁ ଟ୍ରାକ ବିଛା କାର୍ଯ୍ୟ ସରିଥିଲେ ମଧ୍ୟ ହାଇ ଭୋଲ୍ଟର ଇଲେଟ୍ରିଫିକେସନ୍‌ କାମ ହୋଇପାରୁନାହିଁ ବୋଲି ଠିକା ସଂସ୍ଥା ପକ୍ଷରୁ ସଫେଇ ଦିଆଯାଇଛି । ତେବେ ବର୍ତ୍ତମାନ ଦୋହରୀକରଣ କାର୍ଯ୍ୟ କେବେ ସରିବ ଜନସାଧାରଣ ଅପେକ୍ଷାରେ ରହିଛନ୍ତି ।

Leave A Reply

Your email address will not be published.

one × one =