pakka

ବର୍ଣ୍ଣିଳ ସଂସ୍କୃତିର ମାଟି ସୁବର୍ଣ୍ଣପୁର ଜିଲ୍ଲାରେ ଫଗୁ ମହୋତ୍ସବ

bbehera

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ରଂଗ ଓ ଅବିରର ପର୍ବ ଫଗୁଣ ପୂର୍ଣ୍ଣିମାରେ ସଂସ୍କୃତିର ମାଟି ସୁବର୍ଣ୍ଣପୁର ଜିଲ୍ଲା ଉତ୍ସବମୁଖର ହୋଇଉଠିଛି । ଜିଲ୍ଲାର ଅନେକ ସ୍ଥାନରେ ତ୍ରିଦିବସୀୟ ଫଗୁ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ବୈଷ୍ଣବୀୟ ମଠ ଓ ଶତାଧିକ ରାଧାକୃଷ୍ଣ ମନ୍ଦିରରେ ଆୟୋଜିତ ପାରମ୍ପାରିକ ଦୋଳପର୍ବରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ବିଶେଷ କରି, ପାତାଳି ଶ୍ରୀକ୍ଷେତ୍ର, ବଡଖମାର ଗାଁର ଶ୍ୟାମ ସୁନ୍ଦର କୁଞ କୁଟିର, ଚନ୍ଦ୍ରମଣି ଦାସ ମଠ ସମେତ ଶ୍ରୀଗୋପାଳଜୀ ମଠ ପରି ଦେବସ୍ଥଳିରେ ସୁସଜ୍ଜିତ ବିମାନରେ ରାଧାକୃଷ୍ଣଙ୍କ ବିଗ୍ରହ ସବୁ ପୂଜା ପାଉଛନ୍ତି । ଏହି ଅବସରରେ ଜିଲ୍ଲାର ବୀରମହାରାଜପୁରଠାରେ ପ୍ରସିଦ୍ଧ ଦୋଳଯାତ୍ରା ଚାଲିଥିବା ବେଳେ ହରିହର ଭେଟ ପାଇଁ ମେଳଣ ପଡିଆରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି । ଦୋଳ ପୂର୍ଣ୍ଣିମା ପୂର୍ବରୁ ଗତକାଲି ରାତି କାଦୋଦରର ଉମାଦେବୀ ପୀଠ ସହ ଜିଲ୍ଲାର ସବୁଗାଁରେ “ହୁଲ୍-ପୁଡା ପରବ୍” ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.

18 + seven =