ଆସନ୍ତୁ ଘରେ ଅତି ସହଜରେ ଜିଲାପି ପ୍ରସ୍ତୁତ କରିବା ପ୍ରଣାଳୀ ଶିଖିନେବା

  • ଶ୍ରାବଣୀ ବିଶ୍ୱାଲ

ଆଜି ଆମେ ତିଆରି କରିବା ସୁପର କ୍ରିସ୍‌ପିି । ଏଥରକ ହୋଲିରେ ଆପଣ ଘରେ ବନାନ୍ତୁ ଏହି ଜିଲାପି । କାହିଁକି ନା ଏହା ବହୁତ ସମୟ ଧରି କ୍ରିସ୍‌ପି ରହିବ, ଜଲଦି ନରମ ପଡିବନି । ତେବେ ଚାଲନ୍ତୁ ଏହି ସୁପର କ୍ରିସ୍‌ପିି ରସୁଆ ଜିଲାପି ପାଇଁ କ’ଣ ସାମଗ୍ରୀ ଦରକାର ତାହା ଦେଖି ନେବା ।

ଏହା ପାଇଁ ଆବଶ୍ୟକ ସାମଗ୍ରୀ – ମଇଦା, ଚାଉଳ ଅଟା, ଘିଅ ବା ତେଲ, ଲୁଣ, ଦହି, ପାଣି, ଚିନି, ଅଳେଇଚ, ଲେମ୍ବୁ ରସ, ଫୁଡ୍‌ କଲର, ବେକିଙ୍ଗ ସୋଡା ବା ଇନୋ, କ୍ଷୀର ପଲିଥିନ ବା ତେଲ ପଲିଥିନ, ତେଲ ।
ପ୍ରଣାଳୀ :
ପ୍ରଥମେ ଆମେ ଜିଲାପି ପାଇଁ ଏକ ବ୍ୟାଟର୍‌ ବନେଇବା । ସେଥିପାଇଁ ଆମେ ଗୋଟଏ ପାତ୍ରରେ ଗୋଟେ କପ୍‌ ମଇଦା ନେବା ସେଥିରେ ଗୋଟେ ବଡ ଚାମଚ ଚାଉଳ ଗୁଣ୍ଡ ଦେବା । ଚାଉଳ ଗୁଣ୍ଡ ଦେବା ଦ୍ୱାରା ଜିଲାପି କ୍ରିସ୍‌ପି ହୋଇଥାଏ । ତା’ପରେ ଏଥିରେ ଗୋଟେ ଚାମଚ ଘିଅ ଦେବା ଘିଅ ବଦଳରେ ଆପଣ ତେଲ ମଧ୍ୟ ଦେଇ ପାରିବେ । ଏହାକୁ ଆମେ ଏବେ ଭଲ ଭାବରେ ମିଶାଇ ଦେବା ଏବେ ଆମେ ଏଥିରେ ଏକ ପିଞ୍ଚ୍‌ ଲୁଣ ଦେବା । କାରଣ ଆମେ ଏହାକୁ ମିଠା ବନଉଛେ ତ ଟିକେ ଲୁଣ ଦେବା ଦ୍ୱାରା ଏହାର ଟେଷ୍ଟ ବହୁତ ବଢିଆ ଆସିଥାଏ । ଏହାପରେ ଏଥିରେ ଆମେ ୩ ବଡ ଚାମଚ ହାଲକା ଖଟା ଦହି ଦେବା । ଆମେ ମଇଦାକୁ ବିନା ଫର୍‌ମେଣ୍ଟେସନରେ ଏହି ଜିଲାପି ତିଆରି କରୁଛେ, ତେଣୁ ଏଥିରେ ଦହି ଦେବା ନିହାତି ଆବଶ୍ୟକ ଅଟେ । ଏହାପରେ ଆମେ ଏଥିରେ ଅଳ୍ପ ଅଳ୍ପ ପାଣି ଦେଇ ଏହାକୁ ଗୋଳାଇବା ଓ ଏକ ବ୍ୟାଟର ବନେଇବା । ବ୍ୟାଟରଟିକୁ ଅଧିକ ପତଳା କିମ୍ବା ଅଧିକ ମୋଟ କରିବା ନାହିଁ । ଏବେ ଆମର ବ୍ୟାଟର ପ୍ରସ୍ତୁତ ହୋଇଗଲା । ଏହାକୁ ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ ରଖିଦେବା । ଏବେ ଆମେ ଜିଲାପି ପାଇଁ ଚିନି ଶିରା ତିଆରି କରିବା । ଚିନି ଶିରା ପାଇଁ ଆମେ ଗୋଟେ ପାତ୍ରକୁ ଗ୍ୟାସ ଉପରେ ରଖି ସେଥିରେ ଚିନି ଦେବା ଏବଂ ଯେତେ ଚିନି ନେବା ତାର ୧/୪ ଭାଗ ପାଣି ନେବା । ଏବେ ଗ୍ୟାସ ଫ୍ଲେମ ଅନ୍‌ କରି ଏହାକୁ ଗରମ କରିବା ଏବଂ କନ୍‌ଷ୍ଟାଣ୍ଟଲି ଏହାକୁ ଏପଟ ସେପଟ କରି ଏହାକୁ ଗୋଲେଇବା । ଜିଲାପି ପାଇଁ ଆମକୁ ଗୋଟେ ବା ୨ଟି ତାର ହେଉଥିବା ଶିରା ଦରକାର ନାହିଁ ଆମେ ଏଠାରେ ଚିନି ଶିରାକୁ ଅଳ୍ପ ବହଳିଆ ଭାବେ ତିଆରି କରିବା । ୧୦ ରୁ ୧୫ ମିନିଟ ପରେ ଆମ ଚିନି ଶିରା ପ୍ରସ୍ତୁତ ହୋଇଯିବ । ତା’ପରେ ଏଥିରେ ଆମେ କିଛି ଅଳେଇଚ, ଅଳ୍ପ ଫୁଡ କଲର ଦେବା ଏବଂ ଅଳ୍ପ ଲେମ୍ବୁ ରସ ଦେବା । ଲେମ୍ବୁ ରସ ଦେବା ଦ୍ୱାରା ଚିନି ଶିରାରେ ଖ୍ରୀଷ୍ଟେଲ ପଡିବନି । ଏବେ ଆମର ଚିନି ଶିରା ରେଡି ହୋଇଗଲା । ଏବେ ଆମେ ପ୍ରସ୍ତୁତ କରି ରଖିଥିବା ବ୍ୟାଟରରେ ଖାଇବା ସୋଡା କିମ୍ବା ଗୋଟଏ ଇନୋ ଦେଇ ଭଲ ଭାବରେ ଗୋଳେଇବା । ଆପଣ ଯଦି ସୋଡା ବା ଇନୋ ଦେବାକୁ ଚାହୁଁ ନାହାନ୍ତି, ତେବେ ଏହି ବ୍ୟାଟରକୁ ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ରଖି ତା’ପରେ ଜିଲାପି ପ୍ରସ୍ତୁତ କରି ପାରିବେ । ଏବେ ଏଥିରେ ଖାଇବା ସୋଡା ବା ଇନୋ ଦେବା ପରେ ଏହା ଫ୍ଲପି ହୋଇଯିବ । ଏବେ ଏଥିରେ ଆମେ ଅଳ୍ପ ଟିକେ ଫୁଡ୍‌ କଲର ଦେଇ ଏହାକୁ ଭଲ ଭାବେ ଗୋଲେଇ ଦେବା । ଏବେ ଆମ ବ୍ୟାଟର ମଧ୍ୟ ରେଡି ହୋଇଗଲା । ଏବେ ଆମେ ଏକ କଡେଇରେ ତେଲ ଗରମ କରିବା । ଗ୍ୟାସ ଫ୍ଲେମକୁ ମିଡିୟମରେ ରଖି ଆମେ ଏକ କ୍ଷୀର ପ୍ୟାକେଟ ବା ତେଲ ପ୍ୟାକେଟରେ ଏହି ବ୍ୟାଟାରଟିକୁ ପୁରେଇ ମିଡିୟମ ଗରମ ତେଲରେ ବ୍ୟାଟରଟିକୁ ନିଜ ହିସାବରେ ବଡ କିମ୍ବା ସାନ ଆକାରରେ ଗୋଲ ଗୋଲ ଆକାରରେ ଛାଣିବା । ତେଲ ଅଧିକ ଗରମ କରିବା ନାହିଁ, କାରଣ ତେଲ ଅଧିକ ଗରମ କଲେ ଜିଲାପି ଚେପଟା ହୋଇଯିବ ଓ ଭଲ ଭାବେ ଫୁଲିବ ନାହିଁ । ଏହା ଛାଣି ହୋଇଗଲା ପରେ ଏହାକୁ ଆମେ କାଢି ଚିନି ଶିରାରେ ପକାଇବା । କିଛି ସମୟ ଗଲାପରେ ଏହାକୁ ସମସ୍ତଙ୍କୁ ଖାଇବାକୁ ଦେବା । ଦେଖିବେ, ମଜା ଆସିଯିବ ।

Leave A Reply

Your email address will not be published.

eleven − 8 =