pakka

ଭାରତରେ ହୋଲି ଉତ୍ସବ, ଚାଇନାରେ କରୋନା ପାଇଁ ହାହାକାର

bbehera

ନୂଆଦିଲ୍ଲୀ : ଭାରତରେ ହୋଲି ରଙ୍ଗର ପର୍ବ ପାରମ୍ପାରିକ ଉତ୍ସାହ ସହିତ ପାଳନ କରାଯାଉଥିବା ବେଳେ କରୋନା ସଂକ୍ରମଣ ପାଇଁ ପ୍ରତିବନ୍ଧକ ପ୍ରାୟ କୋହଳ ହୋଇଛି । କରୋନା ମାମଲା ମଧ୍ୟ ହ୍ରାସ ପାଇଛି । କିନ୍ତୁ ପଡୋଶୀ ଚାଇନାରେ କରୋନା ପରିସ୍ଥିତି ଭୟାବହ । ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ସହ ଘନ ଘନ ସଂକ୍ରମଣ ହେତୁ ଚାଇନାର ଅନେକ ସହରରେ କଡା ପ୍ରତିବନ୍ଧକ ଲଗାଇଛି । ସୂଚନା ଅନୁଯାୟୀ, ଗତ ୧୦ ସପ୍ତାହ ମଧ୍ୟରେ ଚାଇନାରେ ୧୪୦୦୦ରୁ ଅଧିକ ମାମଲା ଚିହ୍ନଟ ହୋଇଛି ।

କରୋନା ଯୋଗୁଁ ଚୀନ୍‌ର ଅବସ୍ଥା ପୁଣି ଖରାପ ହେବାରେ ଲାଗିଛି । ୨୦୨୦ ପରଠାରୁ ଏଠାରେ ସବୁଠାରୁ ଖରାପ ପରିସ୍ଥିତି ଏବେ ବୋଲି କୁହାଯାଉଛି । ବଢ଼ୁଥିବା ସଂକ୍ରମଣ ମାମଲା ହେତୁ ଚୀନ୍‌ର ଅନେକ ସ୍ଥାନରେ ଚିକିତ୍ସା ସମ୍ବଳର ଅଭାବ ଦେଖାଦେଇଛି । ବିଶେଷଜ୍ଞମାନେ କହିଛନ୍ତି ଯେ, ଆସନ୍ତା ସପ୍ତାହରେ ଚୀନ୍‌ର ସ୍ୱାସ୍ଥ୍ୟ ସେବା ଉପରେ ଚାପ ବଢ଼ିପାରେ । ଓମିକ୍ରନ୍ କାରଣରୁ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ୁଛି ବୋଲି ବିଶ୍ୱାସ କରାଯାଉଛି । ଏଭଳି ପରିସ୍ଥିତିରେ ଚୀନ୍‌କୁ ଅନେକ ସହରଚୁ ଲକ୍‌ଡ଼ାଉନ୍‌ କରାଯାଇଛି । ଏହା ଚାଇନାର ଅର୍ଥନୀତି ଉପରେ ମଧ୍ୟ ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରାଯାଉଛି ।

Leave A Reply

Your email address will not be published.

6 + 11 =