pakka

ଆଜି ୨ ନମ୍ବର ୱାର୍ଡରେ ବିଜେଡ଼ି ପକ୍ଷରୁ ପ୍ରଚାର ଜୋର୍‌ଦାର୍‌ : ପ୍ରାର୍ଥିନୀଙ୍କ ସହ ଘର ଘର ବୁଲିଲେ କଳିକେଶ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୌର ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଜି ସ୍ଥାନୀୟ ୨ ନମ୍ବର ୱାର୍ଡ ଶାନ୍ତିପଡ଼ାରେ ବିଜେଡ଼ି ପକ୍ଷରୁ ପ୍ରଚାର ଜୋର୍‌ଦାର୍‌ ଚାଲିଥିବା ଦେଖିବାକୁ ମିଳିଛି । ବିଜେଡ଼ି ଅଧ୍ୟକ୍ଷା ପ୍ରାର୍ଥିନୀ ଲିକା ସାହୁ ଏବଂ କାଉନ୍‌ସିଲର୍‌ ପ୍ରାର୍ଥିନୀ ସରିତା ଦାଶଙ୍କ ସହ ବିଜେଡ଼ିର ହେଭି ୱେଟ୍‌ ନେତା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ୨ ନମ୍ବର ୱାର୍ଡର ଘରକୁ ଘର ବୁଲି ଭୋଟ ମାଗିଛନ୍ତି । ବିଜେଡ଼ିର ବିକାଶମୁଖୀ ଯୋଜନା ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଶାସନ ସଂପର୍କରେ ଭୋଟର୍‌ଙ୍କୁ କହି ବିଜେଡ଼ି ଅଧ୍ୟକ୍ଷା ପ୍ରାର୍ଥିନୀ ଏବଂ କାଉନସିଲର ପ୍ରାର୍ଥିନୀଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଆହ୍ୱାନ କରାଯାଇଛି । ଏହି ପ୍ରଚାର କାର୍ୟ୍ୟକ୍ରମରେ ବିଜେଡ଼ିର ବହୁ ସମର୍ଥକ ଓ ନେତା ସାମିଲ୍‌ ହୋଇଥିଲେ ।

jay balangir
Leave A Reply

Your email address will not be published.

twenty − one =

error: Content is protected !!