ବଡ଼ବିଲ : ଫ୍ଲାଏ ଓଭର ଉପରେ ଦୁର୍ଘଟଣା । ଟ୍ରେଲରକୁ ଧକ୍କା ଦେଲା ହାଇୱା । ଘଟଣାସ୍ଥଳରେ ହାଇୱା ଡ୍ରାଇଭରଙ୍କ ମୃତ୍ୟୁ । ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଏକ ଟ୍ରେଲରରେ ଖଣି କମ୍ପାନୀର ହୋଲ୍ ପ୍ୟାକ୍ ଡାଲାକୁ ଲୋଡ୍ କରି ନିଆଯାଉଥିଲା । ତେବେ ହୋଲ୍ ପ୍ୟାକ୍ ଡାଲା ଅଧିକ ଓସାରିଆ ଥିବାରୁ କିଛି ଅଂଶ ଟ୍ରେଲରର ବାହାରକୁ ବାହାରି ରହିଥିଲା । ଏହି ସମୟରେ ସାମ୍ନା ପଟୁ ଆସୁଥିବା ଏକ ଆଇରନ୍ ବୋଝେଇ ହାଇୱା ଦ୍ରୁତଗତିରେ ଆସି ଟ୍ରେଲରରେ ଲୋଡ୍ ହୋଇଥିବା ହୋଲ୍ ପ୍ୟାକ୍ ଡାଲାକୁ ଧକ୍କା ଦେଇଥିଲା । ଏହାପରେ ପଛପଟୁ ଆସୁଥିବା ଆଉ ଏକ ହାଇୱା ସହିତ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଟ୍ରେଲର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିା ଖବର ମିଳିଛି । ଦୁର୍ଘଟଣା ପରେ ଫ୍ଲାଏ ଓଭର ଉପରେ ଯାତାୟତ ସମ୍ପୂର୍ଣ୍ଣ ଭାବରେ ଠପ୍ ହୋଇଯାଇଛି । ପୋଲିସ୍ ଗାଡ଼ି ଗୁଡ଼ିକୁ ଜବତ୍ କରି ତଦନ୍ତ ଚଳାଇଛି ।
Next Post