ସଡକ ଦୁର୍ଘଟଣା : ୧ ମୃତ, ୧ ଆହତ

ଝାରସୁଗୁଡ଼ା : ବଡମାଲ ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ୍‌ ୱେର ସାପଡା ନିକଟରେ ଏକ ଅଜଣା ଗାଡି ବାଇକ୍‌କୁ ଧକ୍କାଦେଇ ଫେରାର୍‌ ହୋଇଯାଇଥିବା ଜଣାପଡିଛି । ଏଥିରେ ବାଇକ୍‌ରେ ଥିବା ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ସ୍ୱାମୀ ଆହତ ହୋଇ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ସୂଚନା ଅନୁସାରେ, ମୃତ ମହିଳା ଜଣକ ହେଲେ ସମ୍ବଲପୁର ମାନେଶ୍ୱରର କାଟ୍ରିନା ଜେନା(୫୨) ଓ ଆହତ ପୁରୁଷ ଜଣକ ମନରଞ୍ଜନ ଜେନା(୬୮) । ପୋଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏ ନେଇ ମହିଳାଙ୍କ ପୁତୁରା ମାନସ ରଞ୍ଜନ ଆଚାର୍ଯ୍ୟଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ୍‌ ବଡମାଲ ଥାନା କେସ ନଂ୨୬/୨୩ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି । ସୂଚନାଯୋଗ୍ୟ ଯେ, ଓଡି୧୫ ଏଚ୍‌ ୦୬୮୮ନମ୍ବର ବାଇକ୍‌ରେ ଦମ୍ପତି ନିଜ ସମ୍ପର୍କୀୟ କୁତାବଗା ଗ୍ରାମକୁ ଆସି ମାନେଶ୍ୱରକୁ ଫେରୁଥିଲେ । ଏହି ସମୟରେ ଏକ ଅଜଣା ଗାଡି ବାଇକ୍‌କୁ ଧକ୍କା ଦେଇଥିଲା । ଫଳରେ ବାଇକ୍‌ ପଛରେ ବସିଥିବା ମହିଳାଙ୍କ ମୁଣ୍ଡରେ ଗାଡି ମାଡିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.