csstore

ଐତିହାସିକ ଦୋଳଯାତ୍ରା ପାଇଁ ପ୍ରାକ୍‌ ପ୍ରସ୍ତୁତି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରର ଐତିହାସିକ ଦୋଳଯାତ୍ରା ପାଇଁ ପ୍ରାକ୍‌ ପ୍ରସ୍ତୁତି ବୈଠକ ତହସିଲ କାର୍ଯ୍ୟାଳୟ ସଭାଗୃହ ମଧ୍ୟରେ ତହସିଲଦାର ଅରୁଣ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଯାତ୍ରାରେ ଡିଜେ ସାଉଣ୍ଡକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇ ପାରମ୍ପାରିକ ବାଦ୍ୟ ବାଜଣା ଦୋଳ ବିମାନ ଶୋଭାଯାତ୍ରାରେ ବ୍ୟବହାର ସହ ଶ୍ରୀରାଧା କୃଷ୍ଣସ୍ୱାମୀଙ୍କ ସମ୍ମୁଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରିବାକୁ ଯାତ୍ରା କମିଟିମାନଙ୍କୁ ପରାମର୍ଶ ଦିଆଯାଇଥିଲା । କରୋନା କମିଛି କିନ୍ତୁ ସମ୍ପୂର୍ଣ୍ଣ ଅପସରି ଯାଇନଥିବା ଯୋଗୁଁ କୋଭିଡ ଗାଇଡ଼ ଲାଇନକୁ ଅନୁପାଳନ କରି ନିଜେ ସୁରକ୍ଷିତ ରହି ଅନ୍ୟମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ କୁହାଯାଇଥିଲା । ମଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଚୋରା ମଦ ବେପାରୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ସହରକୁ ସାନିଟାଇଜ କରାଯିବ । ପାନୀୟ ଜଳ ସମସ୍ୟା ରହିଥିବା ୱାର୍ଡମାନଙ୍କୁ ଟ୍ୟାଙ୍କର ସାହାଯ୍ୟରେ ଜଳ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି ଜନସ୍ୱାସ୍ଥ୍ୟ ବିଭାଗ ପ୍ରତିଶୃତି ଦେଇଥିଲେ । ଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ନେଇ ମତ ପ୍ରକାଶ ପାଇଥିଲା । ମେଡିକାଲ ଅଫିସର ସୈମ୍ୟକାନ୍ତ ମହାପାତ୍ର, ଆୟୁଷ ଡାକ୍ତର ବନଜକାନ୍ତ କର, ଅବକାରୀ ବିଭାଗୀୟ ଅଧିକାରୀ ମୋହନ ପ୍ରଧାନ, ଡି ଜି ଏମ୍ ରବିନ୍ଦ୍ର କୁମାର ମହାନ୍ତି, ବିଦ୍ୟୁତ ବିଭାଗ କନିଷ୍ଟ ଯନ୍ତ୍ରୀ ଦିଲେଶ୍ୱର ଆଚାରୀ, ଜନ ସ୍ଵାସ୍ଥ୍ୟ ବିଭାଗ କନିଷ୍ଟ ଯନ୍ତ୍ରୀ ଆଶିଷ କୁମାର ବରାଳ ପ୍ରମୁଖ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ ଗଞ୍ଜାମ ସହରରେ ରହିଥିବା ବିଭିନ୍ନ ସାହି, ଦାମୋଦରପୁର, ପୁଇଁତୋଳା, ସୂର୍ଯ୍ୟନାରାୟଣ ପୁର ବିଞ୍ଚଣା ପଲ୍ଲୀ ଗ୍ରାମର ୧୭ଟି ଦୋଳଯାତ୍ରା କମିଟି ମେମ୍ବରମାନେ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.