oom

ତ୍ରିନାଥ ବେହେରାଙ୍କ ଦ୍ୱାଦଶାହ ଶ୍ରାଦ୍ଧବାର୍ଷିକୀରେ ସ୍ମୃତିଚାରଣ ସଭା

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆଜି ସ୍ଥାନୀୟ ଦଳବେହେରା କଲ୍ୟାଣ ମଣ୍ଡପ କମ୍ପେଳକ୍ସ ପରିସରରେ ସ୍ୱର୍ଗତ ତ୍ରିନାଥ ବେହେରାଙ୍କ ଦ୍ୱାଦଶାହ ଶ୍ରାଦ୍ଧବାର୍ଷିକ ଅବସରରେ ଏକ ସ୍ମୃତିଚାରଣ ସଭା ବ୍ରଜବନ୍ଧୁ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମର ନିମନ୍ତ୍ରଣ ପତ୍ର ସୂଚିତ ପ୍ରକାରେ ପରମ୍ପାରିକ ପ୍ରଥାକୁ ପ୍ରାଧାନ୍ୟ ଦେଇ ମଞ୍ଚାସୀନ ଓ ଆମନ୍ତ୍ରିତ ଅତିଥିମାନଙ୍କ ସହ ପ୍ରାରମ୍ଭରେ ସ୍ୱର୍ଗତ ବେହେରାଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ୨ ମିନିଟ ପାଇଁ ସମବେଦ ଭାବେ ଠିଆ ହୋଇ ସ୍ୱର୍ଗତ ଆତ୍ମାର ସଦ୍‌ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିସହ ଜାତିର ସମ୍ମାନସ୍ପଦ ପ୍ରାୟ ୫୦ ଜଣଙ୍କୁ ଫୁଲମାଳ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ତତ୍ ସଙ୍ଗେ ସଙ୍ଗେ ସଭାରେ ଅବସରପ୍ରାପ୍ତ ଆଇ.ଏ.ଏସ ରମେଶ ବେହେରା, ଗୋପାଳପୁର ପୂର୍ବତନ ବିଧାୟକ ତ୍ରିନାଥ ବେହେରା, ପୂର୍ବତନ ନଗରପାଳ ସୁବାସ ପଣ୍ଡା, ଅବସର ପ୍ରାପ୍ତ ହୋମିଓ ଚିକିତ୍ସାଧିକାରୀ ଡାକ୍ତର ସୁରେନ୍ଦ୍ର ବେହେରା, ଛପନ ତାଲୁକାର ସଭାପତି ବ୍ରଜବନ୍ଧୁ ବେହେରା, ସମ୍ପାଦକ ରାଧାମୋହନ ପୃଷ୍ଟି, ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ଦୀନବନ୍ଧୁ ଅଧିକାରୀ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇ ସ୍ୱର୍ଗତ ବେହେରାଙ୍କ ଜୀବନଶୈଳୀ, ଆଦର୍ଶ, ନୀତିନିୟମ, ଆଚରଣ, ଉଚ୍ଚାରଣ, ଦୂରଦୃଷ୍ଟି, ସମାଜସେବା ଉପରେ ଆଲୋକପାତ କରାଯାଇଥିଲା । ଶ୍ରୀ ବେହେରା ନିକଟରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ପୂର୍ବ ପ୍ରସ୍ତୁତି ଚଳାଇଥିବା ବେଳେ ଅକାଳ ବିୟୋଗ ସମସ୍ତଙ୍କୁ ସ୍ତମ୍ଭିଭୂତ କରିଦେଇଛି । ଏଥିସହ ଜାତିର କୌଳିକ ବୃତ୍ତି ନୀତିନିୟମ ପ୍ରକାରେ ପାରମ୍ପରିକ ପ୍ରଥାକୁ ସମ୍ମାନ ଦେଇ ତାଲୁକା ପକ୍ଷରୁ ସ୍ୱର୍ଗତ ବେହେରାଙ୍କ ପୁତ୍ର ରାଜେଶ ବେହେରାଙ୍କୁ ଲୁଗା ପିନ୍ଧାଇ ଦଳ ବେହେରା ସମ୍ମାନରେ ଆଶିନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାମଚନ୍ଦ୍ର ବାଡ଼ତୀୟା, ଉମେଶ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ଦାସ, ପ୍ରହଲ୍ଲାଦ ବେହେରା, ଯୋଗଗୁରୁ ରବୀନ୍ଦ୍ର ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା, ଚିନ୍ତାମଣି ବେହେରା, ଜଗନ୍ନାଥ ଦାସ, ରଘୁନାଥ ବେହେରା ସମେତ ଓକିଲ ସଂଗଠନ ଭୁବନେଶ୍ୱର ସାମିଲ ହୋଇଥିଲେ । ଏଥିରେ ଲଣ୍ଡନ ଇଂରାଜୀ ମିଡିୟମ ସ୍କୁଲର ଅଧକ୍ଷ ଅଧକ୍ଷା, ଶିକ୍ଷକ ଶିକ୍ଷୟତ୍ରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଭାଗ ନେଇଥିଲେ ।

jittmm
Leave A Reply

Your email address will not be published.