pakka

ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୌରସଂସ୍ଥା ନିର୍ବାଚନ ନିମନ୍ତେ ନିଯୁକ୍ତ ହୋଇଥିବା ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କର ଏକ ତାଲିମ କାର୍ଯ୍ୟକ୍ରମ ରାଜ୍ୟ କମିଶନରଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଅର୍ଥ ସେବାରେ ୧୯ ଜଣ ବରିଷ୍ଠ ଓ ଦକ୍ଷ ଅଧିକାରୀମାନଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଇ ଆଜି ସେମାନଙ୍କୁ ପୌରସଂସ୍ଥା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କର ନିର୍ବାଚନ ଖର୍ଚ୍ଚ ସଂପର୍କେରେ କିପରି ଓ କେଉଁ ପ୍ରକାରରେ ହିସାବ ରଖିବେ ଏବଂ ପ୍ରାର୍ଥୀ/ପ୍ରାର୍ଥୀନୀମାନେ ଧାର୍ଯ୍ୟ ନିର୍ବାଚନୀ ଖର୍ଚ୍ଚଠାରୁ ଅଧିକ ଖର୍ଚ୍ଚ କଲେ କ’ଣ କରାଯିବ ସେ ସଂପର୍କରେ ବିସ୍ତୃତ ଭାବେ ତାଲିମ ଦିଆଯାଇଛି । ନିର୍ବାଚନ କମିଶନର ସଚିବ ରବିନ୍ଦ୍ରନାଥ ସାହୁ ଏବଂ ସ୍ୱତନ୍ତ୍ର ସଚିବ ରଘୁରାମ ଆର୍‌ ଆୟାର ଉପସ୍ଥିତ ରହି ଅଧିକାରୀମାନଙ୍କୁ ପ୍ରାର୍ଥୀମାନଙ୍କର ଖର୍ଚ୍ଚ ସଂପର୍କରେ ଅବଗତ କରାଇଥିଲେ । ଆସନ୍ତା ୧୫ ତାରିଖଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ଆବଣ୍ଟିତ ହୋଇଥିବା ବିଭିନ୍ନ ଜିଲ୍ଲା ଗସ୍ତ କରି ସେମାନେ ସେମାନଙ୍କର କାର୍ଯ୍ୟ ଆରମ୍ଭ କରିବେ । ପୌର ନିର୍ବାଚନ ନିମନ୍ତେ ପ୍ରାର୍ଥୀ/ପ୍ରାର୍ଥୀମାନଙ୍କ ଯାବତୀୟ ଖର୍ଚ୍ଚ ହିସାବ କିତାବକୁ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ଏକ ରେଜିଷ୍ଟରରେ ଲିପିବଦ୍ଧ କରିବେ । ନିର୍ବାଚନରେ ପ୍ରାର୍ଥୀମାନେ କେତେ ସଂଖ୍ୟକ ଗାଡି ବ୍ୟବହାର କରୁଛନ୍ତି ଓ ବ୍ୟାନର ପୋଷ୍ଟର ବାବଦର ଖର୍ଚ୍ଚ ସଂପୂର୍ଣ୍ଣ ଭାବେ ଏକ ରେଜିଷ୍ଟାରରେ ଲିପିବଦ୍ଧ କରାଯିବା ସହ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ସେସବୁକୁ ତର୍ଜମା କରିବେ । ନିର୍ବାଚନ କମିଶନଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ନିର୍ବାଚନୀ ଖର୍ଚ୍ଚ ଏବଂ ନିର୍ଦ୍ଧାରିତ ଗାଡିର ବ୍ୟବହାର, ପ୍ରାର୍ଥୀ/ପ୍ରାର୍ଥିନୀମାନେ ବ୍ୟବହାର କରୁଛନ୍ତି ନା ତା’ଠାରୁ ଅଧିକ ନିର୍ବାଚନୀ ଖର୍ଚ୍ଚ ଓ ଗାଡି ବ୍ୟବହାର କରୁଛନ୍ତି, ସେ ସମ୍ପର୍କରେ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ତୀକ୍ଷ୍‌ଣ ଦୃଷ୍ଟିଦେବା ସହ ସାଧାରଣ ପର୍ଯ୍ୟବେକ୍ଷକ ଏବଂ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଯୋଗସୁତ୍ର ରକ୍ଷାକରି କାର୍ଯ୍ୟ କରିବାକୁ ନିର୍ବାଚନ କମରଶନ ନିର୍ଦ୍ଦେଶ ଦେଇଛନ୍ତି ।

jay balangir
Leave A Reply

Your email address will not be published.

4 × one =

error: Content is protected !!