jayashree

ଆଗଲପୁରରେ ବିଶ୍ୱହିନ୍ଦୁ ପରିଷଦର ସ୍ଥାପନା ଦିବସ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ପ୍ରକୃତ ସୁଖ ଭୌତିକ ବସ୍ତୁର ସଞ୍ଚୟରେ ମିଳେ ନାହିଁ ବରଂ ଏହା ତ୍ୟାଗ ଓ ମାନବସେବା ଭାବନାରେ ନିହିତ ଥାଏ ବୋଲି ବିଶ୍ୱହିନ୍ଦୁ ପରିଷଦ, ଓଡିଶା ପଶ୍ଚିମ ପ୍ରାନ୍ତ ସଂପାଦକ ଯୋଗୀନ୍ଦ୍ର ଦାଶ ଆଗଲପୁରଠାରେ ଅନୁଷ୍ଠିତ ବିଶ୍ୱହିନ୍ଦୁ ପରିଷଦର ସ୍ଥାପନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଛନ୍ତି । ବିଶ୍ୱହିନ୍ଦୁ ପରିଷଦର ପ୍ରଖଣ୍ଡ ଉପ ସଭାପତି ତଥା ଆଦର୍ଶ ଶିକ୍ଷକ ଉମାକାନ୍ତ ପୁଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ଥାପନା ଦିବସର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ବଲାଙ୍ଗିର ବିଭାଗର ମାନନୀୟ ବିଭାଗ ସଂଘଚାଳକ ଯତୀନ୍ଦ୍ର ମୋହନ ପାଠୀ ଓ ସମ୍ମାନିତ ଅତିଥି ଭାବେ ଲୋଇସିଂହା ସଂକୁଳର ପୂର୍ବତନ ସଂକୁଳ ପ୍ରମୁଖ ତଥା ଆଗଲପୁର ବିଜ୍ଞାନ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଜୟନ୍ତ କୁମାର ସିଂଦେଓ ଯୋଗ ଦୋଇଥିଲେ । ଅତିଥି ପରିଚୟ କରିଥିଲେ ପ୍ରଖଣ୍ଡ ସଂପାଦକ ଘନଶ୍ୟାମ ସାହୁ । ଅନ୍ୟମାନଙ୍କ ମଧ୍ୟରେ ବଜରଙ୍ଗ ଦଳ ପ୍ରଖଣ୍ଡ ସଂଯୋଜକ ଲିଙ୍ଗରାଜ ଦଲାଇ, ପୂର୍ବଖଣ୍ଡ ସହ ସଂଯୋଜକ ଅରବିନ୍ଦ ମେହେର, ପଶ୍ଚିମ ଖଣ୍ଡ ସହ ସଂଯୋଜକ ଶିବାଦାଶ, ବଳୋପସନା ପ୍ରମୁଖ ବୈଶାଖୁ ବାଗ, ମିଳନକେନ୍ଦ୍ର ପ୍ରମୁଖ ନାରାୟଣ ବାଗ, ମୋହନ ଦୋରା, ସୁଜିତ ବାଗ୍, ରମେଶ ତରିଆ, ଆଦିତ୍ୟ ଦୋରା, ପ୍ରବୀଣ କୁମାର ମାଝୀ, ଆର୍ତ୍ତତ୍ରାଣ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପ୍ରଧାନ ଆଚାର୍ଯ୍ୟ ଅଶୋକ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.