centurian jitm

“କଣ୍ଟାବାଞ୍ଜିରେ ଏସ.ୟୁ.ଜେ ପକ୍ଷରୁ” ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଶନିବାର ରାଜ୍ୟ ସାମ୍ବାଦିକ ସଂଘ (ଏସ.ୟୁ.ଜେ) ବଲାଙ୍ଗିର ଜିଲ୍ଲା ଉପସଭାପତି ରୋହନ କୁମାର ମହତଙ୍କ ନେତୃତ୍ୱରେ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ, ଗାଣତାନ୍ତ୍ରିକ ସୁରକ୍ଷା ପାଇଁ ଗଣମାଧ୍ୟମ ଅହରହ ପ୍ରୟାସ କରିଥାଏ । ଏହା ଯେତିକି ପ୍ରଗତିଶୀଳ, ସକାରାତ୍ମକ ହେବ ସମାଜ ସେତିକି ସୁଦୃଢ଼ ଏବ ଉନ୍ନ‌ତ ହେବ । ଯେଉଁ ଦେଶର ଗଣମାଧ୍ୟମ ଯେତେ ମୁକ୍ତ ଓ ସ୍ୱାଧୀନ, ସେ ଦେଶର ଗଣତନ୍ତ୍ର ସେତେ ସମୃଦ୍ଧ । ଗଣମାଧ୍ୟମ ଯେତେ ସ୍ୱାଧୀନ ଓ ସଶକ୍ତ ହେବ ଆମ ସମାଜ ସେତେ ସମୃଦ୍ଧ ହେବ । କଥାକୁ ଉପଲବ୍ଧି କରି ଜାତିସଂଘର ସାଧାରଣ ପରିଷଦ ୧୯୯୩ ମସିହାରେ ମେ’ ୩କୁ ବିଶ୍ୱ ପ୍ରେସ୍ ଦିବସ ଭାବେ ପାଳନ କରାଯିବା ନେଇ ଘୋଷଣା କରିଥ୍‌ଲା । ଏହି ଦିନଟି ଭାରତ ତଥା ସମଗ୍ର ବିଶ୍ଵରେ ଗଣମାଧ୍ୟମର ଅବଦାନକୁ ମନେ ରଖୁବା ପାଇଁ ଉତ୍ସର୍ଗୀକୃତ । ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ସାମ୍ବାଦିକଙ୍କ ଗୁରୁତ୍ୱ କେତେ ସଚେତନତ ତାହା ଅବଗତ କରାଇବା ନିମନ୍ତେ ଏହି ଦିବସ ପାଳିତ ହୋଇ ଆସୁଛି । ଗଣମାଧ୍ୟମ ଓ ସାମ୍ବାଦିକଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଏହି ଦିବସ ବାର୍ତା ପ୍ରଦାନ କରିଥାଏ । ସେହିପରି ମୁକ୍ତ ଗଣମାଧ୍ୟମର ଆବଶ୍ୟକତା ନେଇ ଏହି ଦିବସ ବାର୍ତ୍ତା ବହନ କରିଥାଏ । ଗଣମାଧ୍ୟମର ସ୍ୱାଧୀନତା ଦ୍ୱାରା ହିଁ ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ସନ୍ତୁଳନ ରକ୍ଷା ହୋଇପାରିବ ଓ ଏହା ସମାଜକୁ ଏକ ସକାରାତ୍ମକ ଦିଗରେ ନେବାରେ ସକ୍ଷମ ହେବ ବୋଲି ରାଜ୍ୟ ସାମ୍ବାଦିକ ସଂଘ (ଏସ.ୟୁ.ଜେ) ବଲାଙ୍ଗିର ଜିଲ୍ଲା ଉପ ସଭାପତି ରୋହନ କୁମାର ମହତ ତାଙ୍କ ଅଭିଭାଷଣରେ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଏସ.ୟୁ.ଜେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଯୁଗଳ କିଶୋର ଶବର, ତୁଳସୀରାମ ଜଗତ, ସଦସ୍ୟ ମୋହନ ସୁନା, ରାକେଶ ସରାଫ, ବିକାଶ ଶର୍ମା, ମୀନକେତନ ନିଆଳ, ଟିକେଶ୍ୱର ତାଣ୍ଡି, ପିତାମ୍ବର ଦୀପ ସହ ଅନ୍ୟ ସଦସ୍ୟ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.