om academy

ନ୍ୟାୟ ପାଇବା ପାଇଁ ଦିନେଶଙ୍କ ଘର ଆଗରେ ଧାରଣାରେ ଅଡ଼ି ବସିରହିଛନ୍ତି ଦୀପିକା

jsm

• ପ୍ରେମ ପ୍ରତାରଣା ଜନିତ ବିଭିନ୍ନ ଘଟଣାର କାହାଣୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନ୍ୟାୟ ପାଇବା ପାଇଁ ଦୀପିକା ଦିନେଶଙ୍କ ଘର ଆଗରେ ଧାରଣାରେ ଅଡ଼ି ବସିରହିଛନ୍ତି । ପ୍ରକାଶ ଥାଉକି, ଆଜିକୁ ଏକ ସପ୍ତାହ ଧରି କେ. ଦୀପିକା ନାମ୍ନୀ ଏକ ମହିଳା ବ୍ରହ୍ମପୁର ଦେଶବେହେରା ସାହିର ତାଙ୍କ ପ୍ରେମିକ ଦିନେଶ ନାମକ ଜଣେ ବ୍ୟକ୍ତିଙ୍କ ଘର ସାମନାରେ ଦୀର୍ଘଦିନ ଧରି ଧାରଣାରେ ବସିଛନ୍ତି । ଦୀପିକାଙ୍କ କହିବା ଅନୁଯାୟୀ ଦିନେଶଙ୍କ ସହ ଏକ ସୋରୁମରେ ତାଙ୍କ ସାକ୍ଷାତ ହୋଇଥିଲା, ପରେ ଦୁହେଁ ଭଲପାଇ ବସିଥିଲେ । ଫଳ ସ୍ୱରୂପ ଅବିବାହିତା ଦୀପିକା ଏକ ପୁତ୍ର ସନ୍ତାନର ମାଆ ହେଲେ । କିନ୍ତୁ ଦିନେଶ ବିବାହ କରିବାକୁ ମନା କରିଦେଲେ । ଯେହେତୁ ଦିନେଶ ଜଣେ ଧନୀ ଘରର ପୁଅ ଥିଲେ ତେଣୁ ପୁଅର ପରିବାର ଲୋକେ ସହମତି ଦେଲେ ନାହିିଁ । ପରେ ମହିଳା ଥାନାରେ ଏଫ୍.ଆଇ.ଆର୍‌ ହେଲା, କୋର୍ଟକୁ ମାମଲା ଗଲା, ଡିଏନ୍‌ଏ ଟେଷ୍ଟ ବି ହେଲା । ଦିନେଶଙ୍କ ପୁଅ ବୋଲି ପ୍ରମାଣିତ ହେଲା । କିନ୍ତୁ ଏତେ ସବୁ ପରେ ବି ଦୀପିକାଙ୍କ ପ୍ରେମିକ ଦିନେଶ ଅନ୍ୟ ଏକ ଝିଅକୁ ବିବାହ କରିବାକୁ ପ୍ରସ୍ତାବ ଖୋଜାଖୋଜି କରିବା ବନ୍ଦୋବସ୍ତ କରାଯାଉଛି । ଏସବୁ ଜାଣି କେ. ଦୀପିକା ସହ୍ୟ କରି ନପାରି ଭୋକ ଉପାସରେ ଆଜିକୁ ଏକ ସପ୍ତାହ ହେବ ଦିନେଶଙ୍କ ଘର ସାମନାରେ ଧାରଣାରେ ବସିଛନ୍ତି । ତାଙ୍କୁ ତାଙ୍କର ସ୍ତ୍ରୀର ପରିଚୟ ଏବଂ ଦିନେଶ-ଦୀପିକାଙ୍କ ଔରସରୁ (ରକ୍ତରୁ) ଜନ୍ମ ହୋଇଥିବା ୧୮ ମାସର ଶିଶୁ ପୁତ୍ରକୁ ବାପାର ପରିଚୟ ଦରକାର ବୋଲି ଦାବୀ କରି ଅଡ଼ି ବସିଛନ୍ତି । ଏଥିରେ ବହୁ ସାମାଜିକ କର୍ମୀ ଦୀପିକାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଲେଣି । ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଏହି ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଛି । ଏହା ଏକ ଘୋର ଅନ୍ୟାୟ ଓ ପରିତାପର ବିଷୟ ବୋଲି ବିଭିନ୍ନ ମହଲରେ ସ୍ୱର ଉଠିଛି । ଅନ୍ୟପକ୍ଷରେ ସମାଜସେବୀ ପ୍ରମିଳା ତ୍ରିପାଠୀ ଆସି କେ.ଦୀପିକାଙ୍କୁ ସହଯୋଗ କରି ତାଙ୍କର ହକ ପାଇଁ ଧାରଣାରେ ବସିଛନ୍ତି । ଆଗକୁ ଦୀପିକାଙ୍କ ସହ କଣ ଘଟିବ ତାହା ସମୟ ହିଁ କହିବ ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.