centurian jitm

ବକଟିରେ ଧନୁଯାତ୍ରା ମହୋତ୍ସବ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବକଟି ଗ୍ରାମରେ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଛି । ସାମ୍‌ମ୍ବଦିକ ବିରାଜ ନନ୍ଦ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବକଟି ସମିତି ସଭ୍ୟ ଶ୍ରୀନିବାସ ମଲ୍ଲିକ ପ୍ରଦୀପ ପ୍ରଜ୍ୱଳନ କରି ଏହାର ଶୁଭାରମ୍ଭ କରିଛନ୍ତି । କମିଟି ସଂପାଦକ ଦିଲ୍ଲୀପ ପୁରୋହିତ ଏହାକୁ ସଂଯୋଜନା କରିଥିଲେ । ଆଜିର ନାଟ୍ୟାଭିନୟରେ ଉଗ୍ରସେନ ମହାରାଜଙ୍କ ନଗର ପରିକ୍ରମା, ଦେବକୀ ବସୁଦେବ ବିବାହ, ଶୂନ୍ୟ ବାଣୀ, ଦେବକୀ ବସୁଦେବଙ୍କୁ କାରାବରଣ, ଯୁବରାଜ କଂସଙ୍କ ରାଜ୍ୟାଭିଷେକ ମଞ୍‌ଞ୍ଚସ୍‌ସ୍ଥ ହୋଇଛି । ବିଶିଷ୍ଠ ନାଟ୍ୟକାର ରବୀନ୍ଦ୍ର ସାହୁ କଂସ ମହାରାଜଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ସେହିପରି କୃଷ୍ଣ-ଶ୍ରୀୟା ସ୍ୱରୁପ ହୋତା, ବଳରାମ-ସୁମିତ ସ୍ୱରୂପ ହୋତା, ଉଗ୍ରସେନ ଗୟାଧର ପଟେଲ, ବସୁଦେବ ପୃଥିରାଜ ବାଗ, ଦେବକୀ-ବସୁମତୀ, ଅକ୍ରୃ-ମଧୁ ରାଉତ, ସେନାପତି-ଟିପୁନ ବାରିକ, ଧନଞ୍ଜୟ ପଧାନ, ସକ୍ରାଜିତ-ଜଗଦିଶ ମହାର, ପ୍ରହରୀ ଭୂମିକାରେ -ପ୍ରେମରାଜ ପ୍ରଧାନ ଓ ଭିକୁ ମହାକୁର ଅଭିନୟ କରିଛନ୍ତି । ଆଜିର ରାଜ ଅତିଥି ଭାବେ ରସରାଜ ଅଚ୍ୟୁତ ପୁରୋହିତ, ଅବିନାସ ଦାଶ, ଶୁଭଶ୍ରୀ ସାଗରିକା ପୁରୋହିତ, ବକଟି ସମିତି ସଭ୍ୟ ଶ୍ରୀନିବାସ ମଲ୍ଲିକ, ବଦ୍ରିକାନାଥ ବେହେରା, ନାରାୟଣ ପୁରୋହିତ, ବୃନ୍ଦାବନ ପୁରୋହିତ, କୁଞ୍ଜବିହାରୀ ନାଏକ, ନାଥ ମଟାରୀ ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.