ପିକ୍‌ଅପ୍ ଭ୍ୟାନ୍‌ ଧକ୍କାରେ ପଥଚାରୀ ମୃତ

ଆଠମଲ୍ଲିକ : ଆଠମଲ୍ଲିକ ଥାନା ଓଡ଼ଶିଙ୍ଗା ଗ୍ରାମରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଦୋକାନ ଭିତରେ ପଶିଗଲା ପିକ୍‌ଅପ୍ ଭ୍ୟାନ୍ । ପିକ୍‌ଅପ୍ ଧକ୍କାରେ ଜଣେ ପଥଚାରୀ ମୃତ । ମୃତକ ଜଣକ ହେଲେ କୁଦଗାଁ ଗ୍ରାମର ରୁଷି ଭୁକ୍ତା । ସୂଚନାନୁଯାୟୀ, ଓଡ଼ଶିଙ୍ଗା ଗ୍ରାମର ରୁଷି ଭୁକ୍ତା ଏକ ଦେକାନ ବାହାରେ ଛିଡା ହୋଇ ସଉଦା କିଣୁଥିବା ସମୟରେ ଏକ ପିକ୍‌ଅପ୍ ଭ୍ୟାନ୍ ପଛ ପଟରୁ ଧକ୍କା ଦେଇ ଦେକାନ ଭିତରକୁ ପଶି ଯାଇଥିଲା । ଫଳରେ ରୁଷି ଭୁକ୍ତା ଗୁରୁତର ହୋଇଥିଲେ । ଦୁର୍ଘଟଣା ପରେ ଆହତ ରୁଷି ଭୁକ୍ତାଙ୍କୁ ଆଠମଲ୍ଲିକ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସୌଭାଗ୍ୟବଶତଃ ଦୋକାନୀ ଅନନ୍ତ ବେହେରା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣା ପରେ ଆଠମଲ୍ଲିକ ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥବବା ପିକ୍‌ଅପ୍ ଭ୍ୟାନ୍‌କୁ ଥାନାକୁ ନେଇ ପଚରା ଉଚୁରା କରୁଛି ।

Leave A Reply

Your email address will not be published.