jsm

ଦଶହରାକୁ ଆଖି ଆଗରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଟିଟିଲାଗଡ଼ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

csstore

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଅକ୍ଟୋବର ମାସରେ ପବିତ୍ର ନବରାତ୍ରି ପାଳିତ ହେବା ସହ ମହାଆଡ଼ମ୍ବରରେ ନବମୀ ଯାତ୍ରା, ବିଜୟା ଦଶମୀ ଏବଂ ରାବଣ ପୋଡ଼ି ଆୟୋଜିତ ହୋଇଥାଏ । ବିଭିନ୍ନ ପଡ଼ାରେ ଦୁର୍ଗା ମେଢ଼ ବୁଲିବାକୁ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ । ଏହାକୁ ଆଖି ଆଗରେ ରଖି ଟିଟିଲାଗଡ଼ ସହରରେ ଶାନ୍ତି ଶୃଙ୍ଖଳାର ବାର୍ତ୍ତା ଦେବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ସୁଦୃଢ଼ ଥିବା ନେଇ ବୁଧବାର ସଂଧ୍ୟାରେ ଟିଟିଲାଗଡ଼ ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାରଙ୍କ ନେତୃତ୍ୱରେ ଥାନାଧିକାରୀ ବିଶ୍ୱଜିତ ମନବୋଧ ଟିଟିଲାଗଡ଼ ପୋଲିସ ବାହିନୀକୁ ନେଇ ଏକ ଫ୍ଲାଗ ମାର୍ଚ୍ଚ ଥାନାରୁ ବାହାରି ସହର ପରିକ୍ରମା କରିଥିଲା । ଯିଏ ବି ହେଉ ନା କାହିଁକି ଆଇନ ଶୃଙ୍ଖଳା ବିଗାଡିବା ଲୋକଙ୍କ ପ୍ରତି ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ଡିପିଓ ଶ୍ରୀମତୀ କୁମ୍ଭାର ସୂଚନା ଦେଇଛନ୍ତି ।

yuvodaya
Leave A Reply

Your email address will not be published.