pr

ଜର୍ଜଗଡ଼ରେ ୨୬ତମ ଦୁର୍ଗାପୂଜାର କଳସ ଯାତ୍ରା ଅନୁଷ୍ଠିତ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ତହସିଲ ଅଫିସକୁ ଲାଗି ରହିଥିବା ଜର୍ଜଗଡ଼ରେ ୨୬ତମ ଦୁର୍ଗାପୂଜାର କଳସ ଯାତ୍ରା ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ମା’ ଭଉଣୀ, ଭାଇ ମାନେ ଏକ କଳସ ଶୋଭାଯାତ୍ରାରେ ବାହାରି ୧୦୮ କଳସିରେ ନୃସିଂହନାଥରୁ ବହି ଆସୁଥିବା ପବିତ୍ର ଝରଣା ପାଣି ଆଣି ଘଣ୍ଟ, ଶଙ୍ଖ, ହୁଳହୁଳି, ହରିବୋଲ, ବାଜା, ଘଣ୍ଟପାଟି ସହ ଭକ୍ତି ସହକାରେ ଆସି ଦୁର୍ଗାପୂଜା ପୀଠରେ ସ୍ଥାପନ କରିଥିଲେ । ଏହି ପୂଜା ପାଇଁ ଗ୍ରାମର ୧୧ ଜଣିଆ ମୁଖିଆ ମାନଙ୍କୁ ନେଇ ଏକ ଉପଦେଷ୍ଟା କମିଟି ଗଠନ କରା ଯାଇଥିବା ବେଳେ କମିଟିର ସଭାପତି ଗୋପାଳ ସା, ସମ୍ପାଦକ କୈଳାସ କୁମ୍ଭାର, କେସିଅର ମନୋହର ପୁଞ୍ଜିଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଛି । ପୂଜା କର୍ତ୍ତା ଭାବେ ହଳଧର ଦାଶ ଓ ତାଙ୍କ ସହଧର୍ମିଣୀ ସୁନିତା ମିଶ୍ର ଦାଇତ୍ୱ ତୁଲାଉଛନ୍ତି, ସେହିପରି ପୂଜା କାର୍ଯ୍ୟ ପଣ୍ଡିତ ଦେବରାଜ ପଣ୍ଡା ଓ ମନୋଜ ପୁରୋହିତ କାର୍ଯ୍ୟ ତୁଲାଉଛନ୍ତି । ଆଜି କଳସ ଯାତ୍ରା ସମ୍ପର୍ଣ୍ଣ ପରେ ମାଁ ଦୁର୍ଗାଙ୍କର ପୂଜା କାମ ଶୁଭାରମ୍ଭ କରାଯାଇଛି ବୋଲି ଦୁର୍ଗାପୂଜା କମିଟିର ସଭାପତି ଗୋପାଳ ସା ଜଣାଇଛନ୍ତି ।

nrusinghnath
Leave A Reply

Your email address will not be published.