csstore

ବିଜେପୁର ପାର୍ବତୀଗିରି ବୃଦ୍ଧାଶ୍ରମରେ ଦାନ ଉତ୍ସବ

ବିଜେପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ, ଚିରସବୁଜ, ସବୁଜିମା କୃଷକ ଉତ୍ପାଦକ କମ୍ପାନୀର ମିଳିତ ଉଦ୍ୟମରେ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକର ପାର୍ବତୀ ଗିରି ବୃଦ୍ଧାଶ୍ରମ ପରିସରରେ ଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଚିର ସବୁଜ ଉତ୍ପାଦକ କମ୍ପାନୀ ତଥା ଶ୍ରୀ ଅନ୍ନ ଅଭିଯାନର ବ୍ଲକ ସଂଯୋଜକ ରବି ରଣା, ସହ ସଂଯୋଜକ ମହାଦେବ ସାହୁ, ସବୁଜିମା କୃଷକ ଉତ୍ପାଦକ କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜିତା ସିଂହ ଏବଂ ସି. ଆର. ପି ସଂଯୁକ୍ତା ପଧାନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଦାନ ଉତ୍ସବ ସମ୍ବନ୍ଧରେ ସୂଚନା ଦେବା ସହିତ ଆଶ୍ରମରେ ଆଶ୍ରିତ ୨୩ ଜଣ ଅନ୍ତେବାସୀଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା ।

jayashree
Leave A Reply

Your email address will not be published.