csstore

ସାହିତ୍ୟ ସଂସଦର ହିମ ଦରବାର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ଓ ରାଉରକେଲା ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ଶୀତ କବିତା ଆସର ହିମ ଦରବାର ଛେଣ୍ଡ୍ ସ୍ଥିତ ଧାମରା ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନିଲ କୁମାର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଶିକ୍ଷାବିତ ଗିରିଜା ଶଙ୍କର ଗୋସ୍ୱାମୀ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ । ବରେଣ୍ୟ ଅତିଥି ଭାବେ ବିଶିଷ୍ଟ କଥା ଶିଳ୍ପି ହାଡିବନ୍ଧୁ ମହାକୁଡ୍, ସଂସଦର ସଂପାଦକ ବିଜୟ କୁମାର ସାହୁ, ନୟାଗଡ ଲେଖକ ପରିଷଦର ସାଧାରଣ ସଂପାଦକ ଶେଖ୍ ଅବଦୁଲ୍ ଖାଲିକ୍, ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପୁରସ୍କାର ପ୍ରଦାନ କରାଯାଇଥିଲା । ସଂସଦର ଉପ ସଭାପତି ରମେଶଚନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ କବିତା ଆସରରେ ଜୀବେଶ୍ୱରୀ ପଟେଲ ସଭାପତିତ୍ୱ କରିଥିଲା ବେଳେ ଡ.ସୁକାନ୍ତି ମହାନ୍ତି ସମ୍ମାନିତ ଅତିଥି, କବି ଅଶୋକ କୁମାର ମଲ୍ଲ, କବୟିତ୍ରୀ ନୀଳିମା ନନ୍ଦ, କବି ନିରୁପମା ନାୟକ, କବି ସବିତା ପରିଡାଙ୍କ ସଂଯୋଜନାରେ କବିମାନେ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୁଶାନ୍ତ ନାୟକ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.