pakka

ବୌଦ୍ଧରେ କଂଗ୍ରେସର ଶକ୍ତି ପ୍ରଦର୍ଶନ : ନାମାଙ୍କନ ପତ୍ର ଦାଖଲ କଲେ ବୌଦ୍ଧ ଓ କଣ୍ଟାମାଳ ବିଧାନସଭା ପ୍ରାର୍ଥୀ

bbehera

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଆଜି ବୌଦ୍ଧ ଜିଲ୍ଲାର ଦୁଇ ବିଧାନସଭା ଆସନ ପାଇଁ କଂଗ୍ରେସ ତରଫରୁ ନାମାଙ୍କନ ପତ୍ର ଦାଖଲ କରାଯାଇଛି । ବିଧାନସଭାର ୮୬ତମ ଆସନ ପାଇଁ ବୌଦ୍ଧ ଜିଲ୍ଲାର ବଶିଷ୍ଠ ଆଇନଜୀବୀ ତଥା ବୌଦ୍ଧ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୮୫ତମ କଣ୍ଟାମାଳ ଆସନ ପାଇଁ ସରୋଜ କୁମାର ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଥିଲେ । ପ୍ରଥମେ ଦୁଇ କଂଗ୍ରେସ ନେତା ବୌଦ୍ଧ ସହରର ପ୍ରଖ୍ୟାତ ରାମନାଥ ମନ୍ଦିରରେ ପ୍ରଭୂ ଶ୍ରୀ ରାମଚଂଦ୍ରଙ୍କ ଦର୍ଶନ କରିବା ପରେ ହଜାର ହଜାର କଂଗ୍ରେସ ସମର୍ଥକଙ୍କ ଗହଣରେ ଦୀର୍ଘ ତଥା ଭବ୍ୟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ସମସ୍ତ ବୌଦ୍ଧ ବିଧାନସଭା ମଣ୍ଡଳୀର ଭୋଟର ଭାଇଭଉଣୀ ମାନଙ୍କ ଆଶିର୍ବାଦ୍‌ ନେଇ ବିଶାଳ ରାଲିରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜ ନିଜର ନାମାଙ୍କନ ପତ୍ର ଭରିଥିଲେ । ଗତକାଲି ବିଜେପି ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରଯାଇଥିବା ବେଳେ ତହିଁ ଆଗରୁ ବିଜେପି ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତେଣୁ ଏଥର ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଗ୍ରେଟ୍ ଫାଇଟ୍ ଦେଖିବାକୁ ମିଳିବ ଓ କୌଣସି ଦଳ ଅନ୍ୟ ଦଳକୁ ହାଲକା ଭାବରେ ଗ୍ରହଣ କଲେ ନିଶ୍ଚୟ ଅସୁବିଧାରେ ପଡ଼ିବେ ବୋଲି ସର୍ବସାଧାରଣରେ ଆଲୋଚନା ହେଉଛି ।

jay balangir
Leave A Reply

Your email address will not be published.

nineteen − 12 =

error: Content is protected !!