pakka

ବଲାଙ୍ଗିର କଂଗ୍ରେସ ଭବନରେ ମିଶ୍ରଣ ପର୍ବ ଅନୁଷ୍ଠିତ : ଯୋଗଦେଲେ ଶତାଧିକ ବିଜେଡି, ବିଜେପି ନେତା ଓ କର୍ମୀ

bbehera
  • ନରସିଂହଙ୍କ ଲୋକପ୍ରିୟତା ଓ ସମରେନ୍ଦ୍ରଙ୍କ ଦକ୍ଷତାରେ ହେଲେ ଅନୁପ୍ରାଣିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଜିଲ୍ଲା କଂଗ୍ରେସ ଭବନଠାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଓ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ଉପସ୍ଥିତିରେ ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଲାଙ୍ଗିର ପୌରାଞ୍ଚଳର ବିଭିନ୍ନ ୱାର୍ଡ, ସଦର ବ୍ଲକ୍‌ ଓ ଦେଓଗାଁ ବ୍ଲକ୍‌ ଅଂଚଳର ପ୍ରାୟ ୩୫୦ରୁ ଅଧିକ ବିଜେପି ଓ ବିଜେଡି ଦଳର ଆଗ ଧାଡିର ନେତା ଓ କର୍ମୀ ନିଜ ନିଜ ରାଜନୈତିକ ଦଳ ତ୍ୟାଗ କରି ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ କେନ୍ଦ୍ରରେ ଅବସ୍ଥାପିତ ବିଜେପି ସରକାର ଦେଶକୁ ଏକଛତ୍ରବାଦ କରିସାରିଲାଣି । ଦେଶରେ ଧର୍ମ ଓ ଜାତି ନାଁରେ ବିଭେଦ ସୃଷ୍ଟି କରୁଛି । ତତ୍‌ ସହିତ ରାଜ୍ୟରେ ଜାଲୁଥିବା ବିଜେଡି ସରକାର ଦୀର୍ଘ ୨୫ ବର୍ଷ ଶାସନ କାଳରେ ରାଜ୍ୟରେ ଆଇନ ବ୍ୟବସ୍ଥା ଭୁଷୁଡି ପଡିଛି, ମହିଳା ନିତନା ବୃଦ୍ଧି ପାଇଛିି, ଯୁବକ ଆଜି ରୋଜଗାର ଶୁନ୍ୟ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ତେଣୁ ଏହି ପରିସ୍ଥିତିରେ ରାଜ୍ୟ ଓ କେନ୍ଦ୍ରରେ କଂଗ୍ରେସ ଦଳ ହିଁ ଏକମାତ୍ର ବିକଳ୍ପ ବୋଲି କହିଥିଲେ । ସେମାନେ ଆହୁରି ମଧ୍ୟ କହିଥିଲେ ଯେ, ବିଗତ ୧୦ ବର୍ଷରେ ବିଧାୟକ ନରସିଂହ ମିଶ୍ରଙ୍କ ପ୍ରଚେଷ୍ଟାରେ ବଲାଙ୍ଗିର ନିର୍ବାଚନ ମଣ୍ଡଳୀରେ ଅନେକ ଗୁଡିଏ ବିକାଶମୁଖୀ କାର୍ଯ୍ୟ କରାଯାଇଛି । ଏଣୁ ଏ ବିକାଶଧାରାକୁ ତ୍ୱରାନ୍ୱିତ କରିବାକୁ ହେଲେ ସମସ୍ତେ ମିଳିମିଶି କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କୁ ନିର୍ବାଚନ ସମର୍ଥନ କରିବାକୁ ପଡିବ । ବିଧାୟକ ଶ୍ରୀ ମିଶ୍ର ଏବଂ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ଯୋଗ ଦେଇଥିବା ସମସ୍ତ ବ୍ୟକ୍ତିଙ୍କୁ ଦଳକୁ ସ୍ୱାଗତ କରିବା ସହ ଏମାନଙ୍କ ଯୋଗଦାନ ଫଳରେ କଂଗ୍ରେସ ଦଳ ଆହୁରି ମଜ୍‌ବୁତ୍‌ ହେବ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଆଜି ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ଟାଉନ୍‌ ସଭାପତି ବୁଲୁ ଦାନୀ, ଦଳିତ ନେତା ବିପିନ କୁଶଲିଆ, କାଉନ୍‌ସିଲ୍‌ର ପ୍ରଦୀପ ମିଶ୍ର, ଅରବିନ୍ଦ ପରୁଆ, ବିପିନ ଦୀପ ପ୍ରମୁଖ ମଂଚାସୀନ ଥିଲେ ।

jay balangir
Leave A Reply

Your email address will not be published.

eleven − ten =

error: Content is protected !!