jsm

ଟିଟିଲାଗଡ଼ ଓ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ୨ ଜଣ ଲେଖାଏଁ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କଲେ

csstore

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ କଣ୍ଟାବାଞ୍ଜି ନିର୍ବାଚନୀ ମଣ୍ଡଳୀ ନିମନ୍ତେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ତିନି ସେଟ୍‌ ପ୍ରାର୍ଥୀ ପତ୍ର ଓ ସ୍ଵାଧୀନ ପ୍ରାର୍ଥୀ ଭାବେ ଦେବେନ୍ଦ୍ର କୁମାର ଜୈନ ଏକ ସେଟ୍‌ ପ୍ରାର୍ଥୀ ପତ୍ର ରିଟର୍ଣ୍ଣଂ ଅଧିକାରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି । ସେହିପରି ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ପାଇଁ ବିରେନ୍ଦ୍ର କୁମାର ବାଗ, ଭାରତୀୟ ଜାତୀୟ କଂଗ୍ରେସ ଦଳ ପ୍ରାର୍ଥୀ ଭାବେ ତିନି ସେଟ୍‌ ପ୍ରାର୍ଥୀ ପତ୍ର ଏବଂ ସ୍ଵାଧୀନ ପ୍ରାର୍ଥୀ ଭାବେ କ୍ଷେମରାଜ ଅଗ୍ରୱାଲ ଏକ ସେଟ୍‌ ପ୍ରାର୍ଥୀ ପତ୍ର ରିଟର୍ଣ୍ଣଂ ଅଧିକାରୀ, ଟିଟିଲାଗଡ ନିର୍ବାଚନୀ ମଣ୍ଡଳୀ ତଥା ଉପଜିଲ୍ଲାପାଳ ରେହାନ ଖେତ୍ରିଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

yuvodaya
Leave A Reply

Your email address will not be published.