ଆଇନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ଠାରେ ଆଇନ ଦିବସ ପାଳିତ ହୋଇଯାଇଛି । ମଧୁସୂଦନ ଦାଶ ଜଣେ ଓଡିଆ ସ୍ୱାଧିନତା ସଂଗ୍ରାମୀ, ଓଡିଶା ଭାଷା ଆନ୍ଦୋଳନର ପୁରୋଧା, ଲେଖକ ଓ କବି ଥିଲେ । ସେ ଥିଲେ ଓଡିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡିଆ ଗ୍ରାଜୁଏଟ୍‌, ପ୍ରଥମ ଓଡିଆ ଏମ୍‌.ଏ, ପ୍ରଥମ ଓଡିଆ ବିଲାତ ଯାତ୍ରୀ, ଓଡିଶାର ପ୍ରଥମ ଏଲ୍‌.ଏଲ୍‌.ବି । ସେ ଏପ୍ରିଲ ୨୮ତାରିଖରେ ୧୮୪୮ ମସିହା କଟକର ସତ୍ୟଭାମାପୁର ଠାରେ ଜନ୍ମ ଗ୍ରହଣ କରିଥିଲେ । ତେଣୁ ତାଙ୍କର ଏହି ଜନ୍ମ ଦିବସକୁ ଆଇନ ଦିବସ ରୂପେ ପାଳନ କରାଯାଏ । ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଗୌରୀଶଙ୍କର ପଣ୍ଡା, ମୁଖ୍ୟ ବକ୍ତା ଡ. ରମାକାନ୍ତ ଶତପଥୀ, କଲେଜର ଅଧ୍ୟକ୍ଷ ସଞ୍ଜୀବ କୁମାର ପ୍ରଧାନ ଏବଂ ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର ମଞ୍ଜାସୀନ ଥିଲେ । ଏହି କାର୍ଯ୍ୟକ୍ରମକୁ କଲେଜର ସହକାରୀ ଅଧ୍ୟାପକ ଚଣ୍ଡୀ ପ୍ରସାଦ ଖମାରୀ ପରିଚାଳନା କରିଥିଲେ । ମଞ୍ଚାସୀନ ଥିବା ଅତିଥି ବୃନ୍ଦ ଆଇନ ଦିବସ ଉପଲକ୍ଷେ ନିଜ ନିଜର ମତ ସାବ୍ୟସ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ଅନେକ ଆଇନଜୀବୀ ଉପସ୍ଥିତ ଥିଲେ । କଲେଜର ସମସ୍ତ କର୍ମଚାରୀ ଏବଂ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବର୍ଷର ଆଇନ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଶେଷରେ ସହକାରୀ ଅଧ୍ୟାପକ ମନିନ୍ଦର ସିଂ ହଂସପାଲ ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

Leave A Reply

Your email address will not be published.