jsm

ବସୁଧାମେକ୍ସ ପକ୍ଷରୁ ମହିଳାମାନଙ୍କୁ ମାଗଣାରେ ସେନିଟାରୀ ପେଡ୍‌ ବଣ୍ଟନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ହାଟପଦାପଡା ଠାରେ ଆଜି ସଂଧ୍ୟା ସମୟରେ ବସୁଧାମେକ୍ସ ପକ୍ଷରୁ ସ୍ଥାନୀୟ ମହିଳାମାନଙ୍କୁ ସେନିଟାରୀ ପେଡ୍‌ ମାଗଣାରେ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ସମାଜସେବୀ ତଥା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସରୀତା ଯୋଷୀ ଯୋଗଦେଇ ସେନିଟାରୀ ପେଡ୍‌ ବଣ୍ଟନ କରିବା ସହ ଏହାର ଉପକାରିତା ବିଷୟରେ ସଚେତନ କରିଥିଲେ ଏବଂ ଉପସ୍ଥିତ ମହିଳାମାନଙ୍କୁ ‘ଜବ ବେଟି ରହେଙ୍ଗୀ ସୁରକ୍ଷିତ୍‌ ତୋ ଦେଶ୍‌ ରହେଗା’ ସୁରକ୍ଷିତ ବୋଲି ବୁଝାଇଥିଲେ । ଏହି କାର୍ଯ୍ୟକ୍ରମକୁ ବସୁଧାମେକ୍ସର ଅଙ୍କିତା ଦାସ ପରିଚାଳନା କରିଥିବା ବେଳେ ତାଲପାଲିପଡା, ବରପାଲିପଡା, ବ୍ରାହ୍ମଣପଡା ଓ ହାଟପଦାପଡାର ବହୁ ସଂଖ୍ୟାରେ ମହିଳାମାନେ ଯୋଗଦେବା ସହ ତାଙ୍କୁ ସେନିଟାରୀ ପେଡ୍‌ ବଣ୍ଟନ କରାଯାଇଥିଲା ।

yuvodaya
Leave A Reply

Your email address will not be published.