csstore

ସୁନାମୁଦି, ବର୍ତିଆ ଗ୍ରାମରେ ପୋଲିସ ଚଢ଼ାଉ କରି ୨୨ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି

ଖପ୍ରାଖୋଲ, (କୃଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅଧୀନ ସୁନାମୁଦି, ବର୍ତିଆ ଗାଁରୁ ଲାଠୋର୍ ପୋଲିସ ସୋମବାର ରାତିରେ ୨୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି । ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ଲାଠୋର ଥାନା ଅଧିନ ବର୍ତିଆ ଗାଁର ଦାଦନ ସର୍ଦ୍ଦାର ଭ୍ରମର ବେହେରା ଟିଟିଲାଗଡ଼ରୁ ୧୨ ଜଣ, ସଇଁତଲାରୁ ୬ ଜଣ, ପଦ୍ମପୁରରୁ ୨ ଜଣ, ଖପ୍ରାଖୋଲରୁ ୧ ଜଣ, ଲାଠୋରରୁ ୧ ଜଣ ସର୍ବମୋଟ ୨୨ ଜଣ ମହିଳା ପୁରୁଷଙ୍କ ସହ ୯ ଜଣ ଶିଶୁଙ୍କୁ ଆଣି ନିଜ ଗାଁରେ ରଖି ହାଇଦ୍ରାବାଦ ଚାଲାଣ କରିବା ପାଇଁ ମସୁଧା କରୁଥିବା ସମୟରେ କୈାଣସି ସୂତ୍ରରୁ ଖବର ପାଇ ଲାଠୋର ପୋଲିସ ଚଢ଼ାଉ କରି ସମସ୍ତଙ୍କୁ ଉଦ୍ଧାର କରିବା ସହ ସର୍ଦ୍ଦାର ଭ୍ରମର ବେହେରାଙ୍କ ସହ ନରେନ୍ଦ୍ର ଭୋଇ, ଲୋକେଶ ସାହୁଙ୍କୁ ଗିରଫ କରି ବୋଲେରୋ ଗାଡ଼ି ନଂ ଓଡି-୦୮ ସି ୯୬୩୧ ଆଉ ମାରୁତି ସୁଜୁକି ଇକୋ ନଂ ଓଡି-୦୩ କିୟୁ ୭୯୦୨ ଗାଡ଼ି ଜବତ କରି ସମସ୍ତଙ୍କୁ ଲାଠୋର ଥାନାକୁ ଆଣି ପଚରାଉଚରା କରିବ ପରେ ସମସ୍ତ ଶ୍ରମିକଙ୍କୁ ତାଙ୍କ ଘରକୁ ପଠାଇ ଦେବା ସହ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଲାଠୋର ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.