ସମ୍ବଲପୁର ସହରରେ ଖୋଲା ସ୍ଥାନରେ ପରିସ୍ରା କଲେ ଶହେ ଟଙ୍କା ଜୋରିମାନା

ସମ୍ବଲପୁର, (ଦାମୋଦର ପଣ୍ଡା) : ଏବେ ସମ୍ବଲପୁର ସହରରେ ଖୋଲା ସ୍ଥାନରେ ପରିସ୍ରା କଲେ ଶହେ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ନଗର ନିଗମ ସୂତ୍ରରୁ ଜଣାପଡ଼ିଛି । ତେବେ ଏ ଭଳି ନିଷ୍ପତ୍ତି ନେବା ପୂର୍ବରୁ ପର୍ୟ୍ୟାପ୍ତ ପରିମାଣର ଶୌଚାଳୟ ନିର୍ମାଣ ଜରୁରୀ । ଉଦାହରଣ ସ୍ୱରୂପ ଅଇଁଠାପାଲି ଛକ ଠୁ ଲଷ୍ମୀ ଟକିଜ ଛକ, ଗୋଲ ବଜାର ପର୍ୟ୍ୟନ୍ତ କୋଉଠି ବି ପରିସ୍ରାଗାର ଟିଏ ନାହିଁ । ଆଗରୁ ବାହାରେ ଶୌଚ କଲେ ୫୦୦ ଟଙ୍କା ଜୋରିମାନା ଘୋଷଣା କରାଯାଇଛି, ଯାହା କାଗଜ କଲମରେ ସୀମିତ ରହିଛି । ନିଗମ କମିଶନର ଅନିରୁଦ୍ଧ ପ୍ରଧାନ କହିଛନ୍ତି ଯେ, ପ୍ରଥମେ ଲୋକଙ୍କୁ ସଚେତନ କରାଯିବ ।

Leave A Reply

Your email address will not be published.