ଜନମୁରା ଗ୍ରାମପଞ୍ଚାୟତର ନୂତନ କୋଠା ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଦ୍ୱାରା ଉଦଘାଟିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୋନପୁର ସଦର ବ୍ଲକର ଜନମୁରା ଗ୍ରାମପଞ୍ଚାୟତର ନୂତନ କୋଠା ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଉଦଘାଟନ ପରେ ଜିଲ୍ଲାପାଳ ନୂତନ ପଞ୍ଚାୟତର କୋଠା ନିର୍ମାଣ ଠିକ୍ ‌ସମୟରେ ହୋଇପାରିଥିବା ଯୋଗୁଁ ଖୁସି ପ୍ରକଟ କରିଥିବା ବେଳେ ଆନୁସଙ୍ଗିକ ପାର୍କ, ଲାଇବ୍ରେରୀ, ପାଣିର ପର୍ୟ୍ୟାପ୍ତ ବ୍ୟବସ୍ଥା ମଧ୍ୟ ଠିକ୍ ସମୟରେ କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ । ସରପଞ୍ଚ ଅରବିନ୍ଦ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସୋନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବିନ୍ଦ୍ର କୁମାର ପଟେଲ ଜନସାଧାରଣଙ୍କ ସହଯୋଗ ଯୋଗୁଁ ନିର୍ଦ୍ଧାରିତ ସମୟ ଭିତରେ ଏଇ ନୂତନ କୋଠା ହୋଇପାରିଛି ବୋଲି ମତବ୍ୟକ୍ତ କରିଥିବା ବେଳେ ସମିତି ସଭ୍ୟ ସୁବ୍ରତ କୁମାର ସେଠୀ ଓ ଜନମୁରା ଗ୍ରାମପଞ୍ଚାୟତର କାର୍ୟ୍ୟନିର୍ବାହୀ ଅଧିକାରୀ ଦିଲୀପ କୁମାର ପାଣ୍ଡିଆ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଉଦଘାଟନୀ ସଭାରେ ପଞ୍ଚାୟତର ସମସ୍ତ ଅଙ୍ଗନୱାଡି କର୍ମୀ, ଆଶାଦିଦି ପାଚିକା ସହାୟିକା ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ତଥା ପଞ୍ଚାୟତର ଶତାଧିକ ଅଧିବାସୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.